ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବ୍ରାହ୍ମଣୀ ନଦୀ କୂଳରେ ଥିବା ସରାଙ୍ଗ ଗାଁ ବେଆଇନ ବାଲି ଘାଟରେ ସ୍ଥାନୀୟ ତହସିଲଦାର ଓ ପୋଲିସର ମିଳିତ ଚଢ଼ାଉରେ ଗୋଟିଏ ପିସି ମେସିନ, ୧୦ଟି ବାଲି ବୋଝେଇ ଟ୍ରକ ଜବତ କରିବା ସହ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ୧୧ଜଣ ବାଲି ମାଫିଆ ଦୀର୍ଘ ଦିନ ଧରି ବେଆଇନ ବାଲି ଚାଲାଣରେ ସକ୍ରିୟ ଥିଲେ । ଫଳରେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ ହେଉଥିଲା । ଆଗାମୀ ଦିନରେ ବ୍ରାହ୍ମଣୀ ନଦୀ ଘାଟରେ ଥିବା ସମସ୍ତ ବେଆଇନ ବାଲି ଘାଟର ଫର୍ଦାଫାଶ ହେବ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି ।