ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୪ରୁ ଜଣେ, ବେଲପଡ଼ା ବ୍ଲକ ମଣ୍ଡଲ ଗ୍ରା.ପ.ରୁ ଜଣେ ଓ ସଲଣ୍ଡି ଗ୍ରା.ପ.ରୁ ୪ ଜଣ, ପାଟଣାଗଡ଼ ବ୍ଲକ ବାଲିପଟାରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨, ୩ ଓ ୮ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ ମଳମୁଣ୍ଡାରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୬ ଓ ୧୦ରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ଏବେ ବଲାଙ୍ଗିର ଜିଲ୍ଲାରେ ୫୮ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୮୯୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୮୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.