ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୬କୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ । ୱାର୍ଡ ନମ୍ବର ୧୬ରେ ଥିବା ଡ୍ରେନେଜ ବ୍ୟବସ୍ଥାର ସୁଧାର ଓ ପ୍ରତାପ ସାଗର ପୋଖରୀକୁ ଯାଇ ସମସ୍ୟା ଉପରେ ଅବଗତ ହୋଇ ତୁରନ୍ତ ସମାଧାନ କରିବାର ଚେଷ୍ଟିତ ରହିବେ ବୋଲି ୱାର୍ଡର ବୁଦ୍ଧିଜୀବୀଙ୍କୁ ପ୍ରତିଶୃତି ଦେଇଥିଲେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ । ଏହି ପରିଦର୍ଶନ ସମୟରେ ଶ୍ରୀମତୀ ସାହୁଙ୍କ ସହ ଉପାଧ୍ୟକ୍ଷା ଏବଂ କାଉନସିଲର ସନ୍ତୋଷିନୀ କୁଁଅର ଉପସ୍ଥିତ ଥିଲେ ।