ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବେ ବଲାଙ୍ଗିରର ଦୁଇ ଖେଳାଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ ନଭେମ୍ବରରୁ ହିମାଞ୍ଚଳ ପ୍ରଦେଶର ଉନା ଠାରେ ହେବାକୁ ଥିବା ୩୧ତମ ଉପ କନିଷ୍ଠ ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ବଲାଙ୍ଗିରର ଦୁଇ ଖେଳାଳି ମନୋନୀତ ହୋଇଛନ୍ତି । ଉକ୍ତ ଦୁଇ ଜଣ ଖେଳାଳିଙ୍କ ନାମ କ୍ଷୀରସିନ୍ଧୁ ଛତ୍ରିଆ ଓ କୁବେର ମଲ୍ଲିକ ମୁରିବାହାଲ ବ୍ଲକ ଅନ୍ତର୍ଗତ ହଲଦୀ ଗ୍ରାମର ବାସିନ୍ଦା ବୋଲି ଓଡିଶା ଖୋଖୋ ଏସୋସିଏସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଗତ ୭ ତାରିଖରେ ପୁରୀ ଜିଲ୍ଲାର ଡେଲାଙ୍ଗ ଠାରେ ରାଜ୍ୟସ୍ତରୀୟ ଉପ କନିଷ୍ଠ ବାଳକ ବାଳିକା ଖୋଖୋ ମନୋନୟନ ଶିବିର ଅନୁଷ୍ଠିତ ହୋଇଥିଲା । ୧୮ ଟି ଜିଲ୍ଲାର ୧୪୪ ଜଣ ଖେଳାଳିଙ୍କୁ ନେଇ ହୋଇଥିବା ଏହି ଶିବିରରେ ମନୋନୀତ ହୋଇଥିବା ସର୍ବଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ କ୍ଷୀରସିନ୍ଧୁ ଓ କୁବେର ସ୍ଥାନ ପାଇଥିଲେ । ଜାତୀୟ ପ୍ରତିଯୋଗିତା ପୂର୍ବରୁ ଆସନ୍ତା ୧୪ ତାରିଖରୁ ବାଲେଶ୍ୱର ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ସେହି ପ୍ରଶିକ୍ଷଣ ଶିବରରେ ଉଭୟଙ୍କୁ ଯୋଗଦେବା ପାଇଁ ଖୋଖୋ ଏସୋସିଏସନ ଲେଖି ଜଣାଇଛି । ପରେ ଉଭୟ ଖେଳାଳି ଜାତୀୟ ପ୍ରତିଯୋଗିତାରେ ଯୋଗ ଦେବା ନେଇ ସୂଚନା ରହିଛି । ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡା ସଂସଦ ଉଭୟ ଖେଳାଳି ତଥା ତାଙ୍କ କୋଚ ଅଞ୍ଜନ କୁମାର ବେହେରା ଓ ପଦ୍ମ ଚରଣ ଦାଶଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛି ।

Leave A Reply

Your email address will not be published.