କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ବଳଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲଜୁରୀଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ଦୂଚନା ଅନୁସାରେ ରେଙ୍ଗାଲଜୁରୀ ଗାଁର ଧୂବଲ ବରିହା ନିଜ ବିଲରେ ଏକ ପକ୍କା କୂଅ ଖୋଲିଛନ୍ତି । ତେବେ କୂଅ ପାଖରେ ଚରୁ ଚରୁ ଏକ ବଳଦ କୂଅ ଭିତରେ ପଡିଯାଇଥିଲା । କୂଅରୁ ସୁରକ୍ଷିତ ଉଦ୍ଧାର ହେଲା ବଳଦ ପାଣି ପିଇ ବାଡିକୁ ଚରିବାକୁ ଯିବା ବେଳେ ଗୋଡ଼ ଖସି କୂଅରେ ପଡି ଯାଇଥିବା ବେଳେ କୂଅ ପାଖରେ ସ୍ଥାନୀୟ ଲୋକେ ଜମା ହୋଇ ବଳଦକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରି ପାରିନଥିଲେ । ଏନେଇ ପାଟଣାଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଦେଢ ଘଣ୍ଟା ପରିଶ୍ରମ କରି ବଳଦକୁ କୂଅ ଭିତରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । ପ୍ରାୟ ୪୦ ଫୁଟ ଗଭୀର କୂଅ ଭିତରେ ପଡିଥିଲେ ବି ବଳଦକୁ ଅକ୍ଷତ ଭାବେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ବଳଦଟି ଏବେ ସୁସ୍ଥ ଥିବା ଜଣାପଡିଛି । ପାଟଣାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ଇନ୍ଦ୍ରଜିତ ଭୋଇ, କମଳ ମେହେର, ଭୀଷ୍ମଦେବ ମାଝୀ, ବିରେନ୍ଦ୍ର ମିର୍ଦ୍ଧା, ସରୋଜ କୁମାର ସା, ଗଗନ ବିହାରୀ ମିର୍ଦ୍ଧା ପ୍ରମୁଖ ପହଞ୍ଚି ବଳଦକୁ ଉଦ୍ଧାର କରିଥିଲେ । ଏହି କାର୍ଯ୍ୟ ପାଇଁ ସମସ୍ତେ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.