jayashree

ସ୍ୱାଧୀନତା ଦିବସ ଉପଲକ୍ଷେ ବ୍ରହ୍ମପୁରଠାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବ୍ରହ୍ମପୁର ମହାନଗର ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଉପଖଣ୍ଡସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବକ୍ତୃତା ପ୍ରତିଯୋଗିତାରେ ଡ଼ଃ. ପିନାକୀ ମହାନ୍ତି, ଡ଼ଃ. ସବିତା ସାହୁ, ଡ଼ଃ. ସୁମିତା ମିଶ୍ର ବିଚାରକ ଭାବେ ଯୋଗ ଦେଇଥିଲେ । ଷଷ୍ଠ ଓ ସପ୍ତମ ଶ୍ରେଣୀସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସ୍ମୃତିରେଖା ସାହୁ, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଧ୍ୟାନଲଗ୍ନା ପାଣିଗ୍ରାହୀ, ତୃତୀୟ ସ୍ଥାନରେ ଆୟୁଷ୍ମାନ ଷଡ଼ଙ୍ଗୀ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀସ୍ତରରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଯଥାକ୍ରମେ ପ୍ରାଚିକା ପରାନିକା ପାଢ଼ୀ, ସୁମେଧା ରାଣୀ ସାହୁ, ଅଭିଶ୍ରୀ ରାଉତ ସେହିପରି ମହାବିଦ୍ୟାଳୟସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଯୋଗଜନ୍ମା ପାଣିଗ୍ରାହୀ, ଦ୍ୱିତୀୟ ଦ୍ୱିତୀୟ ସ୍ଥାନରେ ଅଲିସା ପାଢ଼ୀ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସୁଦୀପ୍ତି କେ- ନାୟକ । ୭୭ତମ ସ୍ୱାଧୀନତା ଦିବସ ଅବସରରେରେ ଅନୁଷ୍ଠିତ ଆନୁଷ୍ଠାନିକ ସମାରୋହରେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ସ୍ଥିତ ଷ୍ଟାଡିୟମ୍‌ଠାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥିଙ୍କଠାରୁ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ପରିଚାଳନା କରିଥିବା ସହ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ, ରବୀନ୍ଦ୍ର ସାହୁ ଓ ରାମମୂର୍ତ୍ତି ଆଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.