oom

କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବକୃତା ପ୍ରତିଯୋଗିତା

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବରଗଡର ଅଗ୍ରଣୀ କମ୍ପୁଟର ଶିକ୍ଷା କେନ୍ଦ୍ର ‘ମିଟ୍’ ପକ୍ଷରୁ ‘ଦକ୍ଷତା ଭିଆର୍‌ଏସ୍‌ ପ୍ରମାଣ ପତ୍ର’ ଶିର୍ଷକ ବକୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ସ୍କୁଲର ଛାତ୍ରୀ ଅଲିମା ସେଠ୍ ପ୍ରଥମ, ସ୍ମୃତି ସାହୁ ୨ୟ ଏବଂ ଗୀତାଞ୍ଜଳି ସେଠ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶକୁନ୍ତଳା ଡିଗ୍ରୀ ମହିଳା କଲେଜର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ହରେକୃଷ୍ଣ ଦେବତା, ଅଧ୍ୟାପକ ଶ୍ୟାମସୁନ୍ଦର ସାହୁ, ମିଟ୍‌ର ନିର୍ଦ୍ଦେଶକ ସରୋଜ ମାଝୀ ଯୋଗଦେଇ ଥିଲେ । ସଭାକୁ ସ୍କୁଲର ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ପଟେଲ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପିକା ଅନୁପମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବକୃତା ପ୍ରତିଯୋଗିତାର ବିଚାରକ ରୂପେ ଅଧ୍ୟାପିକା ପାର୍ବତୀ ଭୋଇ, ଅମୀୟ ପଟେଲ, ପୁରୀ ବେହେରା ରହିଥିଲେ । ଅଧ୍ୟାପକ ଅରବିନ୍ଦ ଦାସ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.