oom

ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରପୁତ୍ର ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସୁରେନ୍ଦ୍ର ସିଂହ ଭୋଇଙ୍କ ମାର୍ଗଦର୍ଶନରେ ତଥା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଏବଂ ଉପସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ସଭାପତି ଜ୍ଞାନରଞ୍ଜନ ସରାଫଙ୍କ ନେତୃତ୍ୱରେ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ପୂର୍ବକ ଏକ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ, ପେନ୍, ଖାତା ବଣ୍ଟନ କରାଯାଇଥିଲା । ଏଥିରେ ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ଟିଟିଲାଗଡ଼ ଶାଖାର ଶେଖର ଚନ୍ଦ୍ର ସାହୁ, ଶୁଭମ୍ କୁମାର ସାହୁ, ଅଙ୍କିତ ଯୋଶୀ, ଜ୍ଞାନରଞ୍ଜନ କଟା, ବିଶ୍ୱଜିତ୍ ସାହୁ ତଥା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସ୍କୁଲ ନିର୍ଦ୍ଦେଶକ ସୁଧିର କୁମାର ସାହୁ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.