ବଜ୍ରପାତ ପ୍ରତି ସାବଧନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଜୀବନ ହାନୀ ହେଉଅଛି । ଏହାକୁ ଲକ୍ଷ୍ୟ କରି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କାଲିଝରନ ଗ୍ରାମରେ ବଜ୍ରପାତ ପ୍ରତି ସାବଧାନ ସଚେତନତା କାର୍ଯ୍ୟକ୍ରମ ରେଡକ୍ରସ କର୍ମୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ଓ ରବିଚନ୍ଦ୍ର ପଶାୟତଙ୍କ ଉଦ୍ୟମରେ ହୋଇଥିବା କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଆକୁଳ ବେହେରା, ପ୍ରକୃତିପ୍ରେମୀ ନିଳମଣି ବିଶ୍ୱାଲ, ଆଟଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ନିରାପତ୍ତା ଆଶ୍ରୟ ସ୍ଥଳି ଭିତରକୁ ଚାଲି ଆସିବା, ଶରୀରରୁ ଧାତୁ ତିଆରି ଜିନିଷ ଅଲଗା କରିବା, ଘର ଭିତରେ ଥିବା ବେଳେ ଝରକା, କବାଟ ଓ କାନ୍ଥ ଠାରୁ ଛାଡି କରି ରହିବା, ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରେଇ ରହିବା, ଟେଲିଫୋନ ଓ ମୋବାଇଲ ଫୋନ ବ୍ୟବହାର ନ କରିବା, ଯଥା ସାଧ୍ୟ କମ ଉଚ୍ଚତାରେ ରହିବା, କୌଣସି ଗଛ ତଳେ ନ ରହିବା ପାଇଁ ରେଡକ୍ରସ କର୍ମୀମାନେ ଗ୍ରାମବାସୀଙ୍କୁ ବୁଝାଇଥିଲେ । ବଜ୍ରପାତରୁ ରକ୍ଷା ପାଇବା ପାଇଁ ବସିବା କୌଶଳ ବିଷୟରେ ଡେମୋଷ୍ଟେସନ ମାଧ୍ୟମରେ ଲୋକମାନଙ୍କୁ ଶିଖାଇ ଥିଲେ । ପରେ ଗ୍ରାମରେ ବଜ୍ରପାତ ପ୍ରତି ସାବଧାନତା ପୋଷ୍ଟର ଗାଁର କାନ୍ଥଗୁଡିକୁ ସଚେତନ ଉଦ୍ଦେଶ୍ୟରେ ଲଗାଯାଇଥିଲା । ନକୁଳ ସାହୁ, ପିତାମ୍ବର ପଟେଲ, ଗୋକୁଳ ସାହୁ, ହଳଧର ସା, ରାଜିବ ସାହୁ, କିଶୋର ସାହୁ, ଅନିଲ ପଟେଲ, ମୋହନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Leave A Reply

Your email address will not be published.