om academy

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ମୃତ

jsm

ଝାରସୁଗୁଡ଼ା/ରାଇରଙ୍ଗପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଥି ମଧ୍ୟରୁ ଝାରସୁଗୁଡ଼ାରେ ୨ଜଣ ଓ ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଝାରସୁଗୁଡ଼ା ବନହରପାଲି ବାସୁପାଲି ଗାଁରେ ବଜ୍ରାଘାତରେ ମା’ ଓ ପୁଅ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏକାଦଶାହ ଭୋଜି ଚାଲିଥିବା ବେଳେ ବଜ୍ରାପାତ ଘଟିଥିଲା । ବଜ୍ରପାତରେ ଆଉ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ରାଇରଙ୍ଗପୁର ଅଞ୍ଚର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ ହୋଇଛି । ବହଳଦା ଥାନା ନିମଡିହରେ ବଜ୍ରାଘାତରେ ଖୁଡ଼ି ଓ ଝିଆରୀଙ୍କ ମୃତ୍ୟୁ ହୋଇଛି । ସେହିପରି ତିରିଂ ଥାନା ବାରୁଡିହ ଗ୍ରାମରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.