ବଜ୍ରଘାତରେ ଜଣେ ଯୁବକ ମୃତ

କଟକ : କଟକ ସଦର ଥାନା ଅଧୀନ ସାଶୋଳ ସାମଲସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ଖାଉଥିବା ବେଳେ ବଜ୍ରଘାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘରର ସ୍କାଏଲାଇଟ୍‌ ଦେଇ ତାଙ୍କ ଉପରେ ବଜ୍ରଘାତ ଘଟିଥିବା କୁହାଯାଉଛି । ମୃତ ଜଣକ ହେଲେ ରଞ୍ଜନ ଓରଫ କାଳିଆ ମାଝୀ(୩୫) । ସୂଚନା ମୁତାବକ, କାଳିଆ ବମ୍ଫକୁଦସ୍ଥିତ ଏକ ସଂସ୍ଥାରେ କାମ କରନ୍ତି । ଗତକାଲି ସେ କାମସାରି ଘରେ ପହଞ୍ଚି ନିଜର ଦୁଇ ପୁଅ ଓ ୮୦ ବର୍ଷୀୟ ବାପାଙ୍କ ନିକଟରେ ବସିଥିଲେ । ପତ୍ନୀ ତାଙ୍କ ପାଇଁ ଖାଦ୍ୟ ବାଢ଼ୁଥିଲେ । ଏହି ସମୟରେ ଜୋର୍‌ରେ ବଜ୍ରଘାତ ହୋଇଥିବା ଯୋଗୁଁ ଆଜବେଷ୍ଟସ୍‌ ଘରର କାନ୍ଥ ଫଟାଇ ଓ କୋଠାଘରର ସ୍କାଏଲାଇଟ୍‌ ଦେଇ କାଳିଆଙ୍କ ଦେହରେ ବଜ୍ରଘାତ ହୋଇଥିଲା ଓ ସେ ଅଚେତ ହୋଇ ପଡିଥିଲେ । ଘର ଲୋକ ତାଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.