ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକର ୪ଟି ଶିକ୍ଷା ସର୍କଲର ବିଭିନ୍ନ ସ୍ଥାନରେ ଚାରୋଟି ପର୍ଯ୍ୟାୟରେ ବୈଠକ ଶେଷ ହୋଇଯାଇଛି । ଏଥିରେ ସାଙ୍ଗଠନିକ ସ୍ଥିତିକୁ ପର୍ଯ୍ୟବେକ୍ଷଣ କରିବା ସହ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅବସରକାଳୀନ ଅର୍ଥ ସହାୟତା, ମୃତ ପରିବାରରୁ ଚାକିରି, ଏନ୍ପିଏସ୍, ବକେୟା ୬ ମାସର ଅର୍ଥ, ଓଟିଇଟିର ସମୟ ବୃଦ୍ଧି ସହ ନିୟମିତରୁ ବଂଚିତ ଗଣଶିକ୍ଷକଙ୍କୁ ନିୟମିତ କରିବା ଆଦି ସମସ୍ୟାକୁ ସମାଧାନ କରିବାକୁ ରାଜ୍ୟ ମହାସଙ୍ଘକୁ ଜିଲ୍ଲା ସଂଘ ମାଧ୍ୟମରେ ସରକାରଙ୍କ ଦୃଷ୍ଟିକୁ ଆଣିବା ଆଦି ଆଲୋଚନା କରାଯାଇଥିଲା । ଏହି ଆଲୋଚନା ରବି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ରଂଜୁ ଅମାତ, ବ୍ଲକ ସମ୍ପାଦକ କେଶବ ପ୍ରଧାନ, କୋଷାଧ୍ୟକ୍ଷ ନରେଶ କର୍ମୀ ଯୋଗ ଦେଇ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଚିଦାନନ୍ଦ ପ୍ରଧାନ, ଆଲୋକ କୁମାର ଗୁରୁ, ସଚି ମହାକୁଡ଼, ଚମରୁ ନାଏକ, ବିସିକେଶନ ପ୍ରଧାନ, ଜୟନ୍ତ ସାହୁ, ସରୋଜ ରଣା, ବୁଦ୍ଧଦେବ ରଣା ପ୍ରମୁଖ କାର୍ଯ୍ୟକର୍ତା ଯୋଗଦେଇଥିଲେ ।