csstore

ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ମଣ୍ଡଳୀ ଯୁବ ମୋର୍ଚ୍ଚା ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ମଣ୍ଡଳ ବିଜାଡ଼ିହି ଛକ ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବରିକେଲ ମଣ୍ଡଳ ସଭାପତି ରାଜେନ୍ଦ୍ର ମର୍ହିଙ୍କ ଅଧକ୍ଷତାରେ ମଣ୍ଡଳ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ବରିକେଳ ମଣ୍ଡଳ ସଭାପତି ସୌକିଲାଲ ସାହା ସଭାକୁ ପରିଚାଳନା କରିଥିବା ବେଳେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ ବହିଦାର, ରାଜ୍ୟ ଏସ୍‌ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୁଏ, ରାଜ ବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରୋଶନ ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ ମଣ୍ଟୁ ପାଣ୍ଡେ, ଜିଲ୍ଲା ଯୁବ ମୋର୍ଚ୍ଚା ସଂଯୋଜକ ଲଷ୍ମୀକାନ୍ତ ବରିହା ସମସ୍ତ ନୂତନ ମଣ୍ଡଳ ଯୁବମୋର୍ଚ୍ଚା ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ସଂଗଠନକୁ କେମିତି ଆହୁରି ମଜବୁତ କରି ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଘରକୁ ଘର ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଦହିତା ମଣ୍ଡଳ ସଭାପତି ରମଣୀରଞ୍ଜନ ହୋତା, ଲଖମରା ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଅଜିତ ସାହୁ, ଜଗଦଳପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରକାଶ ସାହୁ, ବରିକେଲ ମଣ୍ଡଳ ସାଧାରଣ ସମ୍ପାଦକ ରାଜୀବ ବୁଦ୍ଧିଆ, ମଣ୍ଡଳ ସୁବ୍ରତ ସାହୁ, ଆଦିତ୍ୟ ତୁରିଆ, ରବୀନ ବସନ୍ତ ସୁଦାମ ଉପସ୍ଥିତ ଥିଲେ । ଶେଷରେ ରାଜେନ୍ଦ୍ର ମର୍ହି ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।

jayashree
Leave A Reply

Your email address will not be published.