oom

ଜିଲ୍ଲା ଉନ୍ନୟନ, ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଏବଂ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବୌଦ୍ଧ ସ୍ଥିତ ପଞ୍ଚାୟତ ଭବନ ପରିସରରେ ଆଜି ଜିଲ୍ଲା ଉନ୍ନୟନ, ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଏବଂ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସ୍ଥାନୀୟ ଜନପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦାନ କରିଥିଲେ । ସାଂସଦ ଏହି ଅବସରରେ ବିକାଶ ମୂଳକ କାର୍ୟ୍ୟକ୍ରମ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଥିଲେ । ବିକାଶ ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତତ୍ବରେ ଗ୍ରହଣ କରାଯାଇଥିବା ବିବିଧ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ କିପରି ପ୍ରଭାବୀ ଢଙ୍ଗରେ ଜନାଭିମୁଖୀ କରାଯାଇପାରିବ ସେ ସମ୍ବନ୍ଧରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ମାନ୍ୟବର ସାଂସଦ ଶ୍ରୀ ସାମନ୍ତ ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ କ୍ଷେତ୍ରରେ ସ୍ଥାନୀୟ ଜନପ୍ରତିନିଧି ତଥା ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.