
ଭୁବନେଶ୍ୱର, (କେପିଏନ୍ଏସ୍) : ବିଧାନସଭାର ବଜେଟ୍ ଅଧିବେଶନ ଚଳିତ ମାସ ୨୧ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ବଜେଟ୍ ଅଧିବେଶନ ପୂର୍ବରୁ ବିଧାନସଭାର ସର୍ବଦଳୀୟ ନେତାଙ୍କର ଏକ ବୈଠକ ଆସନ୍ତା ୨୦ ତାରିଖ ସକାଳ ୧୧ଟା ୩୦ରେ ବିଧାନସଭା ସଚିବାଳୟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ।
ଗୃହକାର୍ଯ୍ୟର ସୁପରିଚାଳନା, ପୂର୍ଣ୍ଣାଙ୍ଗ ବଜେଟ୍ ସହ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସୁଚାରୁ ଉପସ୍ଥାପନା ନେଇ ସବୁଦଳର ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲାଚନା କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।