centurian jitm

ଲରମ୍ଭାରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜର କାର୍ଯ୍ୟକାରିଣୀ ବୈଠକ : ସମାଜ ସମ୍ମିଧାନର ଆହୁତ ସାମାଜିକ ନିୟମାବଳୀକୁ ଦୃଢ ସହକାରେ କାର୍ଯ୍ୟକାରୀ କରିବା ନିଷ୍ପତ୍ତି

nschool

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ ଲରମ୍ଭା ବାଗପଡା ଠାରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜର ଏକ ସାକ୍ଷାତକାର ସଭା ବଲାଙ୍ଗିର ଜିଲ୍ଲା ସଭାପତି ତଥା ଉପଲାଟସଭାପତି ସଭାପତି ଚନ୍ଦ୍ର ଶେଖର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଟସଭାପତି ହୃଷିକେଶ ବରିହା ମୁଖ୍ୟଅତିଥି, ସର୍ବଭାରତୀୟ ବିଂଝାଲ ସମାଜ ସଂପାଦକ ଆଶାରାମ ବରିହା, ପଦ୍ମପୁର ବ୍ଳକ ସଂଗଠକ ସଂପାଦକ ରାଧେଶ୍ୟାମ ବରିହା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସମାଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ଆପୋଷ ଆଲୋଚନା ମାଧ୍ୟମରେ ହିଁ ସମାଧାନ କରାଯାଇ ପାରିବ ବୋଲି ମୁଖ୍ୟଅତିଥି ମତ ପ୍ରକାଶ କରିଥିଲେ । ସର୍ବଭାରତୀୟ ସ୍ତରରେ ଆହୁତ ହୋଇଥିବା ସମାଜ ସାମାଜିକ ସମ୍ମିଧାନ ନିୟମାବଳୀକୁ ଦୃଢ ସହକାରେ କାର୍ଯ୍ୟକାରୀ କରିବାକୁ ଲାଟ ସ୍ତରୀୟ କର୍ମକତ୍ତାକୁ ଅନୁରୋଧ କରାଯାଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓ ପାଟଣାଗଡ ବ୍ଳକରେ ଦେଖାଯାଇଥିବା ବ୍ଳକ ସ୍ତରୀୟ କମିଟିର ଲାଗିରହିଥିବା ଗୋଷ୍ଠୀ କନ୍ଦଲ ଉପରେ ଆଲୋକପାତ କରିବା ସହ ଲାଟସ୍ତରରେ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ଡିଜିଟାଲ ଯୁଗରେ ନେଟୱ।ର୍କକିଂରେ ଯୋଡିହେବା ଏବଂ ସର୍ବଭାରତୀୟ ସ୍ତରରେ ୱେବ ସାଇଟ ଖୋଲିବା, ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଳକରୁ, ଆଗାମୀ ଦିନରେ ଭର୍ଚ୍ଚୁଆଲ୍‌ ବୈଠକ କରିବା ଆଦି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାର କର୍ମକର୍ତ୍ତା ଯୋଗଦେଇଥିଲେ । ବଲାଙ୍ଗିର ବ୍ଳକ ସଭାପତି କୁଶ ବରିହା, ଆଗଲପୁର ବ୍ଳକ ସଭାପତି ନବୀନ ବରିହା, ଲୋଇସିଂହା ସଭାପତି ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଖପ୍ରାଖୋଲ ଚନ୍ଦ୍ରଶେଖର ବରିହା, ବେଲପଡା ସଭାପତି ସୁଗ୍ରେସ ବରିହା, ପାଟଣାଗଡ ସଭାପତି କିଶୋର ଚନ୍ଦ୍ର ବରିହା, କୋଷାଧ୍ୟକ୍ଷ ଗୌରୀଶଙ୍କର ବରିହା, ଠାକୁର ସିଂ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ଜିଲ୍ଲା ସହସଂପାଦକ ଦୂର୍ଯ୍ୟୋଧନ ବରିହା, ଜିଲ୍ଲା ମିଡିଆ ସେଲ ସଂଯୋଜକ ଗୋରେଖ ନାଥ ବରିହା ପ୍ରମୁଖଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ତେବେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସମାଜ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.