oum

ମାଲପଡା ନାଗରିକ କମିଟିର ବୈଠକ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ସାଧାରଣ ବୈଠକ କମିଟିର ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ପୂର୍ବମାସର ବିବରଣୀ ପାଠ କରିଥିଲେ । ସଭ୍ୟମାନେ ମାଲପଡା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଗାମୀ ମାସରେ ମାଲପଡା ନାଗରିକ କମିଟିର ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଗୃହରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ବରିଷ୍ଠ ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ର, ବାସୁଦେବ ନାଗ, ଦିବାକର ହୋତା, ଅଶୋକ ଚାନ୍ଦ, ଦେବଜିତ ଯୋଷୀ ପ୍ରମୁଖ ଭାଗ ନେଇଥିଲେ । ଶେଷରେ ଉପସଭାପତି ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.