ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ଆୟୋଜନ ପାଇଁ ସ୍ଥାନୀୟ ସଭାଗୃହଠାରେ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବ୍ଲକ କଳାକାର ସଂଘର କର୍ମକର୍ତ୍ତା, ବରିଷ୍ଠ କଳାକାର ପ୍ରମୁଖ ଯୋଗଦେଇ ଲୋକ ଉତ୍ସବକୁ ସଫଳତାର ସହିତ ଆୟୋଜନ କରିବା ଦିଗରେ ଆଲୋଚନା କରିଥିଲେ । ଆସନ୍ତା ଜାନୁଆରୀ ୧୦ ତାରିଖ ମଙ୍ଗଳବାର ଦିନ ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ହେବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଉପରୋକ୍ତ ଦିନ ବ୍ଲକର ସମସ୍ତ କଳାକାର ସକାଳ ୧୦ଟାରେ ବ୍ଲକ ପରିସରରେ ଉପସ୍ଥିତ ରହି ନିଜ ନାମ ପଞ୍ଜିକରଣ କରିବେ । ଏହି ଲୋକ ଉତ୍ସବରେ ଚଳିତ ବର୍ଷ ଅଧିକରୁ ଅଧିକ କଳାକାର ଯୋଗ ଦେଇ ଯେଭଳି ନିଜର କଳା ପ୍ରଦର୍ଶନ କରିପାରିବେ ସେ ଦିଗରେ ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିବ ବୋଲି ବିଡିଓ ଆକାଶ ରଞ୍ଜନ ସାହୁ କହିଛନ୍ତି । ପରିଶେଷରେ ଏବିଡିଓ ବିଜୟ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!