ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ଗୁରୁବାର ସନ୍ଧ୍ୟାରେ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ କୁଲତା ଯୁବ ସଂଗଠନର ସଭାପତି ଡା. ବୁଲୁ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୁଲତା ଯୁବ ସଂଗଠନ ଆନୁକୂଲ୍ୟରେ ଆସନ୍ତା ୮ ତାରିଖ ଦିନ ହେବାକୁ ଥିବା ସ୍ୱାସ୍ଥ୍ୟ ଶିବିରରେ ବରଗଡ ବିକାଶ ମଲ୍ଟି ସ୍ପେସାଲିଷ୍ଟ ହସ୍ପିଟାଲର ୭ ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେବା ସହ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରର ନେତ୍ର ବିଶେଷଜ୍ଞ ଡାକ୍ତର ଓ ତାଙ୍କ କର୍ମଚାରୀମାନେ ଏଥିରେ ଯୋଗଦାନ କରିବେ ବୋଲି ଡା. ବୁଲୁ ବାରିକ ପ୍ରକାଶ କରିଥିଲେ । ବୈଠକରେ ପାଇକମାଲର ନାଗରିକ କମିଟ, ଲାୟନ୍ସ କ୍ଲବ, ମାରୱାଡି ଯୁବା ମଞ୍ଚ, ଓକିଲ ସଂଘ, ଯୁବ ଜାଗରଣ ସଂଗଠନ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଭୁବନେଶ୍ୱର ସା, କେଶବ ସାହୁ, ଯୋଗେନ୍ଦ୍ର ଭୋଇ, ପିଣ୍ଟୁ ଭୋଇ, ଗୋକୁଳା ପ୍ରଧାନ, ଚିତ୍ତ ରଂଜନ ପ୍ରଧାନ, ଡୋଲଣି ବଢେଇ, ଦିବାକର ଗଡତିଆ ପ୍ରମୁଖ ଯୁବ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ କର୍ମୁ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।