oom

ଭୀମପାହାଡଠାରେ ମାହେଶ୍ୱରୀ ସେନା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଓ ବାର୍ଷିକ ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭୀମପାହାଡ ପର୍ଯ୍ୟଟନ ସ୍ଥଳୀ ଠାରେ ମା’ ମାହେଶ୍ୱରୀ ସେନା, ବଲାଙ୍ଗିର ତରଫରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଶତାଧିକ ପର୍ଯ୍ୟଟକ ବଣଭୋଜି ଓ ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବାକୁ ଏଠାକୁ ଆସିଥାନ୍ତି । କିନ୍ତୁ ସାଙ୍ଗରେ ଆଣିଥିବା ଖାଦ୍ୟ ସାମଗ୍ରୀ, ପଲିଥିନ୍, ପାନିବୋତଲ ବ୍ୟବହାର କରି ସାରିବା ପରେ ଏଣେ ତେଣେ ପକାଇ ଫେରିଯାଆନ୍ତି, ଫଳରେ ଏଠାରେ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି । ସେଥିପାଇଁ ମା’ ମାହେଶ୍ୱରୀ ସେନା ସଦସ୍ୟମାନଙ୍କ ଦ୍ଵାରା ଭୀମପାହାଡ ବାବାମଠକୁ ଥିବା ପାହାଚର ଉଭୟ ପାର୍ଶ୍ୱ ସହିତ ଉପର ପର୍ଯ୍ୟନ୍ତ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ସଫା କରିବା ସହିତ ଆସିଥିବା ପର୍ଯ୍ୟଟକମାନଙ୍କୁ ବ୍ୟବହାର ଜିନିଷ ଗୁଡିକୁ ଡଷ୍ଟବିନରେ ପକାଇବା ସହ କମ୍ ମାତ୍ରାରେ ପଲିଥିନ୍ ବ୍ୟବହାର ପାଇଁ ସଚେତନ କରାଯାଇଥିଲା ଏବଂ ପରେ ଏକ ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଗତ ଦିନମାନଙ୍କରେ ହୋଇଥିବା କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ ମା’ ମାହେଶ୍ୱରୀ ସେନା କିପରି ନିଜର ସେବା, ସହଯୋଗ, ସମର୍ପଣ ମନୋଭାବ ନେଇ ଲୋକଙ୍କୁ ସେବା ଯୋଗାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ମା’ ମାହେଶ୍ୱରୀ ସେନା ବିଗତ ଦିନରେ କରୋନା ମହାମାରୀ ଲକ୍‌ଡାଉନ ସମୟରେ ବଲାଙ୍ଗିର, ବରଗଡ, ସୋନପୁର ଆଦି ଜିଲ୍ଲାରେ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରିବା ସହ ବୌଦ୍ଧ, ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଅନ୍ୟାନ ଜିଲ୍ଲାମାନଙ୍କରେ ଅସହାୟ ଲୋକଙ୍କ ସେବାପାଇଁ ଆଗେଇ ଆସି ପାରିଛି ଏବଂ ଆଗକୁ ମଧ୍ୟ ସବୁ ସମୟରେ ଲୋକଙ୍କ ସେବା ପାଇଁ ମା’ ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ ସଂକଳ୍ପ ବଦ୍ଧ ।

jittmm
Leave A Reply

Your email address will not be published.