ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦେଶ୍ୟରେ ଜନ ଜାଗରଣ ନିମିତ୍ତ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଞ୍ଚାୟତରେ ହୃଦାନନ୍ଦ କାଲୋ ଭିଜିଲାନ୍ସ ଇନିସ୍ପେକ୍ଟରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତ ସରପଞ୍ଚ ନିରୁପମା ସେଠୀ, ପିଇଓ ଲିଙ୍ଗରାଜ ବାଗ, ଏମ୍‌ବିକେ ଲିଲି ସାହୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ, ଦୁର୍ନୀତି ବିଭାଗ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

error: Content is protected !!