oom

ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ବୈଠକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ସ୍ଥିତ ଲକ୍ଷ୍ମୀପ୍ରିୟା ହୋଟେଲରେ ଏକ ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭେବେ ଓଡିଶା ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଅଶୋକ ନନ୍ଦ, କୋଷାଧକ୍ଷ ଅରୁଣ କୁମାର ଷଢଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ । ସାମ୍ବାଦିକମାନଙ୍କ ଏକତା, ସାମୁହିକ ସ୍ୱାର୍ଥ ନେଇ ସରକାର ଏବଂ ପ୍ରଶାସନିକ କ୍ଷେତ୍ରରେ ଦାବୀ, ସାମ୍ବାଦିକମାନଙ୍କ ସୁରକ୍ଷା, ନିରପେକ୍ଷ ସମ୍ବାଦ ପରିବେଷଣ ସମ୍ପର୍କରେ ଆଲୋଚନା ହୋଇଥିଲା । ପୁନର୍ବାର ରବିନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଜିଲ୍ଲା ସଭାପତି ଭାବେ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା । ଓଡିଶା ସାମ୍ବାଦିକ ସଙ୍ଘ ମହିଳା ଆବାହକ ବିଜୟଲକ୍ଷ୍ମୀ ମହାକୁଡ଼, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଉପସଭାପତି ଭାବେ ଡି. ଜ୍ୟୋତିରଞ୍ଜନ ଅଚାରୀ, ସତ୍ୟନାରାୟଣ ପାଢ଼ୀ, ସମ୍ପାଦକ ଶିବ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଭାସ୍କର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ ପ୍ରମୁଖଙ୍କୁ ବିଭିନ୍ନ ପଦ ପଦବୀରେ କର୍ମକର୍ତ୍ତା ଭାବେ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖାର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.