oom

ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର କମିଟିର ପୂର୍ଣ୍ଣାଙ୍ଗ ବୈଠକ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତ ଥର ଆସନ୍ତା ଡ଼ିସେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଜି ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ପ୍ରଚାର ପ୍ରସାର କମିଟିର ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପ୍ରଚାର ପ୍ରସାର କମିଟିର ଆବାହକ କଲ୍ୟାଣୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସେ ସମସ୍ତଙ୍କୁ ସ୍ୱାଗତ କରିବା ସହ ପୂର୍ବ ବର୍ଷର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ପରେ ଆଗାମୀ ଧନୁଯାତ୍ରା ମହୋତ୍ସବର ପ୍ରଚାର ପ୍ରସାରକୁ ବ୍ୟାପକ କରାଯିବାକୁ ସ୍ଥିର କରାଯାଇଥିଲା । ଏହାକୁ ଅତ୍ୟାଧୁନିକ ଶୈଳୀରେ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । କାର୍ଯ୍ୟ ପରିଚାଳନା ପାଇଁ ସର୍ବ ସମ୍ମତି କ୍ରମେ ନୂତନ କାର୍ଯ୍ୟକାରୀ କମିଟି ଗଠିତ ହୋଇଥିଲା । ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପ୍ରଚାର ପ୍ରସାର କମିଟିର ଆବାହକ ଭାବେ କଲ୍ୟାଣୀ ଦାଶ, ସହ ଆବାହକ ପ୍ରସନ୍ନ ମିଶ୍ର, ସତ୍ୟ ନାରାୟଣ ପ୍ରଧାନ, ରବିନାରାୟଣ ପଣ୍ଡା, ରଞ୍ଜନ କୁମାର ଦେବତା, ସନ୍ତୋଷ କୁମାର ଭୋଇ, ଉମେଶ ବିଶ୍ୱାଳ, ସରୋଜ କୁମାର ଷଡଙ୍ଗୀ, ରମଣୀ ରଞ୍ଜନ ବେହେରା, ବଦ୍ରି ସାହୁ, ଅନନ୍ତ ମଠାଧୀଶ, ସରୋଜ ନାଏକ ପ୍ରମୁଖ ରହିଛନ୍ତି । ଆସନ୍ତା ୨୦ ତାରିଖ ଦିନ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ପ୍ରସନ୍ନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.