ଖପ୍ରାଖୋଲ ସର୍କଲଠାରେ ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ

  • ସମାଜର ସାମୁହିକ ବିକାଶ ପାଇଁ ଆଲୋଚନା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତେଲେନପାଲି ବେହେରା ଦୋକାନ ନିକଟରେ ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଆଞ୍ଚଳିକ ସର୍କଲ ସଭାପତି ଲିଙ୍ଗରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୌଣ୍ଢିକ ସମାଜର ସାମାଜିକ ସ୍ତରରେ ରହିଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଉପସ୍ଥିତ ବରିଷ୍ଠ ସଦସ୍ୟମାନେ ସମାଜରେ ରହିଥିବା ସମସ୍ୟା ବିଷୟରେ ନିଜ ନିଜ ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଖପ୍ରାଖୋଲ ଶୌଣ୍ଢିକ ସମାଜର ଏକ ସୁବର୍ଣ୍ଣ ଗ୍ରାହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଥିଲା । ମଣ୍ଡପ ନିର୍ମାଣ ସ୍ଥାନଟି ଶୌଣ୍ଢିକ ସମାଜର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସରପଞ୍ଚ ନବୀନ ବେହେରା ଦାନ ସୂତ୍ରରେ ଦେବାକୁ ଥିବା ଜମିରେ ନିର୍ମାଣ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଉକ୍ତ କାର୍ଯ୍ୟ ପାଇଁ ସାମାଜିକ ସ୍ତରରେ ପାଣ୍ଠି ସଂଗ୍ରହ ସହ ସମାଜର ଲୋକେ ଦାନ ସୂତ୍ରରେ ଅର୍ଥ ଦେବା ପାଇଁ ନିବେଦନ କରାଯାଇଥିଲା । ଏହା ସହ ସମାଜରେ ରହିଥିବା ଦୁର୍ବଳ ଶ୍ରେଣୀ ଲୋକଙ୍କୁ ସାମାଜିକ ସ୍ତରରେ ସହଯୋଗ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ସଭାରେ ଉପ ସଭାପତି ପରମେଶ୍ୱର ବେହେରା, ସମ୍ପାଦକ ରାଜକୁମାର ବେହେରା, ନକୁଳ ବେହେରା, ବଂଶୀଧର ବେହେରା, ବେଦବ୍ୟାସ ବେହେରା, ସୁବନ ବେହେରା, ଦିବାକର ବେହେରା, ହରେକୃଷ୍ଣ ବେହେରା, କୃଷ୍ଣଚନ୍ଦ୍ର ବେହେରା, ତାପସ ରଞ୍ଜନ ବେହେରା ଓ ଶତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

error: Content is protected !!