
ନୂଆପଡା, (ନିରାକାର ମେହେର) : ଜିଲ୍ଲା ସଭାପତି ଭରତଲାଲ ରାଉତଙ୍କ ଅଧ୍ୟକ୍ଷତାରେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଯାଦବ ସମାଜ ତରଫରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍ଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଭରତଲାଲ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଉତ୍କଳ ଯାଦବ ମହାସଭାର ସଚିବ ଲମ୍ବୋଦର ନିଆଲ, ପୂର୍ବତନ ସଭାପତି ହରେରାମ କଠାର, ସାଧାରଣ ସଂପାଦକ ତ୍ରିନାଥ ପୁଞ୍ଜି, ଚଞ୍ଚଳ ଶଗରିଆ, ତ୍ରିଲୋଚନ ନାଗ, ମହିଳା ସଭାନେତ୍ରୀ ମମତା ମଞ୍ଜରୀ ଥପା, ଖଡିଆଳ ବ୍ଲକ ସଭାପତି କୀର୍ତ୍ତନ ପୋଡ, କୋମନା ବ୍ଲକ ସଭାପତି ତାରାଚନ ଥପା, ବୋଡ଼େନ ସଭାପତି ରାଜୁ ହେର୍ଣା, ଖଡିଆଳ ଏନଏସି ସଭାପତି ଖୁସିରାମ ଭୋଇ, ବିଷ୍ଣୁପତି ବାଗ, ଜିତେନ୍ଦ୍ର ଗହିର, ସନ୍ତୋଷ ନିଆଲ, ସାମ୍ବାଦିକ କୁନୁ କରୁଆଁ, ଘନଶ୍ୟାମ ଭୋଇ, ଗୋକୁଳ ଭୋଇ, ଦୟା ଥପା, କ୍ଷମାନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଚଳିତମାସ ୨୪ ତାରିଖ ଦିନ କୋମନା ବ୍ଲକ ମାନିଗୁଡ଼ା ଗାଁଠାରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍ଘାଟ୍ ଆୟୋଜନ ହେବା ପାଇଁ ସ୍ଥିର ହୋଇଛି । ବୈଠକରେ ବିଶେଷ କରି ଅର୍ଥ ବିଭାଗ, ଖାଦ୍ୟ ବିଭାଗ, ମଂଚ ସାଜସଜ୍ଜା ଓ ଅତିଥି ନିମନ୍ତ୍ରଣ ନେଇ ପ୍ରାଥମିକ ଆଲୋଚନା ହୋଇଛି । ଆସନ୍ତା ୧୮ ତାରିଖ ଦିନ ମାନିଗୁଡା ଗାଁଠାରେ ହେବାକୁ ଥିବା ବୈଠକରେ ଭେଟ୍ଘାଟ୍ କାର୍ଯ୍ୟକ୍ରମର ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଶେଷରେ ସତ୍ୟବ୍ରତ ଗହିର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।