oom

ବେନକେରାଠାରେ ସେବା ଚାରିଟେବୁଲ ଟ୍ରଷ୍ଟର ବୈଠକ

jsmm

ପାଟଣାଗାଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧନ୍ଦାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଗ୍ରାମରେ ସେବା ଚାରିଟେବୁଲ ଟ୍ରଷ୍ଟର ସଭାପତି ସୁନୀଲ କୁମାର ସିଂହଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଖପାଖର ୧୫ଟି ଗ୍ରାମର ଯୁବଗୋଷ୍ଠୀ ଯୋଗ ଦେଇଥିଲେ ଏବଂ ନିଜ ନିଜ ଗ୍ରାମର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ନିଜ ଗ୍ରାମର ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଥିବାରୁ ସେମାନେ ଦୁଃଖ ପ୍ରକାଶ କରିଥିଲେ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିକଟକୁ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ସମସ୍ତେ ସେବା ଚାରିଟେବୁଲ ଟ୍ରଷ୍ଟରେ ଯୋଗଦାନ କରିଥିଲେ । ସର୍ବ ସମ୍ମତିକ୍ରମେ ଧର୍ମରାଜ ବରିହାଙ୍କୁ ଖପ୍ରାଖୋଲ ବ୍ଲକର ସଭାପତି, ଶଶିକାନ୍ତି ଧରୁଆଙ୍କୁ ଟ୍ରଷ୍ଟର ଉପସଭାପତି ଏବଂ ବିଶ୍ୱଜିତ ପଧାନଙ୍କୁ ଟ୍ରଷ୍ଟର ସମ୍ପାଦକ ଭାବରେ ଚୟନ କରାଗଲା ସମସ୍ତ ଯୁବଗୋଷ୍ଠୀ ମିଳିତ ଭାବରେ ଅଞ୍ଚଳର ବିକାଶ ପାଇଁ କାମ କରିବାକୁ ପ୍ରତିଜ୍ଞା ବଦ୍ଧ ହେଲେ । ଆଗାମୀ ଦିନରେ ସାମ୍ବାଦିକ ସମ୍ମିଳନୀ କରି ଟ୍ରଷ୍ଟର କାର୍ଯ୍ୟପନ୍ଥା ବିଷୟରେ ଅବଗତ କରାଯିବ ବୋଲି ସଭାପତି ଶ୍ରୀ ସିଂହ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.