ଅମ୍ବାଭୋନା ବ୍ଲକର ପ୍ରଥମ ସମିତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକର ପ୍ରଥମ ପଞ୍ଚାୟତ ସମିତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା, ସରପଞ୍ଚ ଅଂଶ ଗ୍ରହଣ କରିଥିଲେ । ଏଥିରେ ସମସ୍ତ ନିର୍ବାଚିତ ସଭ୍ୟ ସଭ୍ୟାଙ୍କୁ ସ୍ୱାଗତ କରାଯିବା ସହ ଆଗାମୀ ପାଞ୍ଚ ବର୍ଷ ବ୍ଲକରେ କିପରି ସମସ୍ତ ପ୍ରକାର ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ଏ ଅଞ୍ଚଳର ଉନ୍ନତି ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନୀଳ କୁମାରୀ ନାୟକ, ବ୍ଲକ ଉନ୍ନୟନ ଅଧିକାରୀ, ଉପାଧ୍ୟକ୍ଷ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.