ରାଜବୋଡ଼ାସମ୍ବର ବ୍ଲକ ସରପଞ୍ଚ ମାନଙ୍କୁ ନେଇ ସଧାରଣ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ପରିସରରେ ସରପଞ୍ଚ ନିରଦରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ରାଜବୋଡ଼ାସମ୍ବର ବ୍ଲକର ସରପଞ୍ଚମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଜମରତଲା ସରପଞ୍ଚ ବିଧୁଭୂଷଣ ଚାନ୍ଦଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ସରପଞ୍ଚ ମାନଙ୍କ ଏକ ସଂଘ କରାଯାଇଛି । ଉକ୍ତ ସଂଘର ସଭାପତି ଭାବେ କଂସର ସରପଞ୍ଚ ଆନନ୍ଦ କୁମାର ବେହେରାଙ୍କୁ ମନୋନୀତ କରାଯାଇଛି । ଦହିତା ସରପଞ୍ଚ ଦମୟନ୍ତି ପାଣ୍ଡେଙ୍କୁ ଉପସଭାପତି ଭାବେ, ଭେଉଁରିଆ ସରପଞ୍ଚ ଚୈତନ୍ୟ ଲୋହାରଙ୍କୁ ସଂପାଦକ ଭାବେ ତଥା ଜମଲା ସରପଞ୍ଚ ଐଶ୍ଵର୍ୟ୍ୟା ପାଣିଗ୍ରାହୀଙ୍କୁ କୋଷାଧ୍ୟକ୍ଷା ଭାବେ ମନୋନୀତ କରାଯାଇଛି । ଏହି ବୈଠକରେ ପ୍ରତ୍ୟେକ ପଞ୍ଚାୟତର ସମସ୍ୟା ଗୁଡ଼ିକୁ ସାମୁହିକ ସହଯୋଗରେ ତାର ସମାଧାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଜବୋଡ଼ାସମ୍ବର ବ୍ଳକର ୨୨ଟି ପଞ୍ଚାୟତର ସମସ୍ତ ସରପଞ୍ଚ ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ମେଳଛାମୁଣ୍ଡା ସରପଞ୍ଚ ପ୍ରତ୍ୟୁଶ ରଂଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.