ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛ ଭାରତ ମିଶନର ସ୍ୱତନ୍ତ୍ର ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ରତ ସଭାଗୃହରେ ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛ ଭାରତ ମିଶନର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକକୁ ବିଡିଓ ଶଂକର କେରକେଟା ପରିଚାଳନା କରିଥିଲେ । ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ସାଂସଦ ବ୍ଲକ ପ୍ରତିନିଧି ବୈଶାଖୁ ପଟେଲ ପଟେଲ, ବିଧାୟକଙ୍କ ବ୍ଲକ ପ୍ରତିନିଧି ସିତାରାମ ପୁରୋହିତ, ଏଇଇ ରୁହମା ଏକ୍କା, ଜିପିଇଓ ଜଗବନ୍ଧୁ ବୁଡେକ, ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଅରବିନ୍ଦ ମହାନ୍ତି, ଆର୍‌ଡବ୍ଲୁଏସ୍‌ଏସ୍‌ ଜେଇ ଦୁର୍ଗା ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ୨ନଂ ଜୋନର ସଭ୍ୟା ବୀଣାପାଣି ଦାଶ, ସମସ୍ତ ୨୦ଟି ପଂଚାୟତର ସରପଂଚ, ସମିତି ସଭ୍ୟ/ସଭ୍ୟା, ପିଇଓ ପ୍ରମୁଖ ଯୋଗ ଦେଇ ପାନୀୟ ଜଳ ଓ ସ୍ବଚ୍ଛ ଭାରତ ମିଶନ ସଂପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.