oom

ରମ୍ଭା ଏନ୍‌ଏସିର ପ୍ରଥମ ବୈଠକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ପରିସରରେ ରମ୍ଭା ଏନ୍‌ଏସିର ପ୍ରଥମ ବୈଠକ କାର୍ଯ୍ୟ ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଛତ୍ରପୁର ନିର୍ବାଚନ ମଣ୍ଡଳର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲ୍ଲିକୋଟ ତହସିଲ ଅତିରିକ୍ତ ତହସିଲଦାର ତଥା ରମ୍ଭା ଏନ୍‌ଏସିର ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିର୍ମୟ ଦାଶ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ଓ ଆଲୋଚନା କରିଥିଲେ । ତତ୍‌ ସଙ୍ଗେ ସଙ୍ଗେ ବର୍ଷା ଜଳ ସରକ୍ଷଣ, ବୃକ୍ଷ ରୋପଣ, ବିଦ୍ୟୁତକରଣ, ପରିମଳ ବ୍ୟବସ୍ଥା, ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଗେଟ ନିର୍ମାଣ, କଲ୍ୟାଣ ମଣ୍ଡପ ଗୃହର ନିର୍ଦ୍ଧାରିତ ମୂଲ୍ୟକୁ କମାଇବା, ବିଜ୍ଞାପିତ ଅଞ୍ଚଳ ବିଦ୍ୟୁତର ଥ୍ରୀ ଫେଜ ପ୍ରସ୍ତାବ ଉପସ୍ଥାପନା ଓ ଆଲୋଚନା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏଥିରେ ଅଧ୍ୟକ୍ଷା ମାନସୀ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ସହ ଅନ୍ୟମାନଙ୍କ ମଧରେ ଉପାଧ୍ୟକ୍ଷ କାଳିଆ ତରେଇ, ସାଗର ନାହାକ, ଡଲି ବେହେରା, ଜୟନ୍ତୀ ଗୌଡ଼, କୁମାରୀ ଯାନୀ, ବନ୍ଦନା ଗୌଡ଼, ସମର ସେନ ପଣ୍ଡା, ମଞ୍ଜୁଳା ସେଠି, ସରୋଜିନୀ ସେନାପତି, ଅଭିନାଥ ବେହେରା, ସୁବାଷ ଚନ୍ଦ୍ର ବେହେରା, କ୍ଷେତ୍ର ମୋହନ ବେହେରା, ଜ୍ୟୋସ୍ନା ରାଣୀ ବେହେରା ଓ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.