oom

ମେ ୩ରୁ ଭୀମପାହାଡ ମହୋତ୍ସବ ଆରମ୍ଭ : ଭୀମପାହାଡ଼ରେ ପ୍ରସ୍ତୁତି ବୈଠକ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମକୁନ୍ଦପୁର ପଞ୍ଚାୟତ ଭୀମଡୁଙ୍ଗୁରି ନିକଟସ୍ଥ ଭୀମପାହାଡ ପର୍ଯ୍ୟଟନସ୍ଥଳୀରେ ହୋଇ ଆସୁଥିବା ଭୀମପାହାଡ ମହୋତ୍ସବ ଚଳିତ ବର୍ଷ ଅଷ୍ଟମ ବର୍ଷରେ ପହଞ୍ଚିଛି । ଏହି ମହୋତ୍ସବ ପାଇଁ ସୋମବାର ଦିନ ଏକ ପ୍ରସ୍ତୁତି ବୈଠକ ଭୀମପାହାଡ଼ ସ୍ଥଳରେ ହୋଇଯାଇଛି । ଆସନ୍ତା ମେ ମାସ ୩ ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୀମ ପାହାଡ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରୀକୃତ ହେଇଥିଲା । ଏହି ମହୋତ୍ସବ ଆୟୋଜନ ପାଇଁ ପରିଚାଳନା କମିଟି ଗଠନ କରାଯାଇଛି । କମିଟିର ସଭାପତି ପ୍ରମୋଦ ବହିଦାର, ଉପସଭାପତି ଘନଶ୍ୟାମ ପଟେଲ, ସମ୍ପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଦେଓଗାଁ ବ୍ଲକ୍ ପୂର୍ବ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଓ ଯୁବ ନେତା ଶୈଳେନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଥିଲା । ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ସାହୁ, ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ବଡବାହାଲ ସମିତି ସଭ୍ୟ ସିତାଂଶୁ ମିଶ୍ର, ଉପରଝର ସମିତି ସଭ୍ୟ ବୀଣାପାଣି ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ସୁମତି ସେଠ, ଅନଙ୍ଗ ପାଧାନ, ଦେବରାଜ ସାହୁଙ୍କ ସହ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.