ରାମଲୀଳା ନାଟକ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ବରକାନି ଗାଁରେ ରାମଲୀଳା ନାଟକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗାଁରେ ରାମଲୀଳା ନାଟକକୁ ଚଳିତ ବର୍ଷ ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାସମାରୋହରେ ପାଳନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ନରେନ୍ଦ୍ର ମେହେର, ଡୋଳାମଣି ମେହେର, ପ୍ରଦ୍ୟୁମ୍ନ ମେହେର, କାମଦେବ ମେହେର, ଗଣ୍ଡାରାମ କପାଟ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଏହା ସହ ଦେଓଗାଁ ବ୍ଲକ୍ ବିଭିନ୍ନ ଗାଁରେ ରାମଲୀଳା ନାଟକ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ରାମଲୀଳା ନାଟକ ଗୁଡ଼ିକ ବନ୍ଦ ଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ହେବା ପରେ ଗ୍ରାମାଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଗାଁଗୁଡିକରେ ମହାସମାରୋହରେ ରାମଲୀଳା ନାଟକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.