ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନେଇ ବିଜେଡିର ପ୍ରସ୍ତୁତି ବୈଠକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ୧ ଠାରେ ଆସନ୍ତା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନକୁ ନେଇ ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ୟାସିନ ମହମ୍ମଦ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ଖୁଳନା ବେହେରା, ସମାଜସେବୀ ଜଗଦୀଶ ଗର୍ଗ, ଉପସଭାପତି ମନୋଜ ଦୀପ, ନଗର ସଭାପତି ଦୀପକ ଖମାରୀ, ଜିଲ୍ଲା ସମ୍ପାଦକ ଦିନେଶ ପ୍ରସାଦ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ । ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳରେ ହେବାକୁ ଥିବା ଏନ୍‌ଏସି ନିର୍ବାଚନରେ କିପରି ସମସ୍ତ ୱାର୍ଡରେ ନିଜ ପ୍ରାର୍ଥୀକୁ ବିଜୟୀ କରିବେ ସେ ନେଇ ଆଲୋଚନା କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ଜନମଙ୍ଗଳକାରୀ ଯୋଜନା ତଥା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ତାହା ସହ ଏହି ବୈଠକରେ ଖଡ଼ିଆଳର ଜଣେ ସଫଳ ବ୍ୟବସାୟୀ ତଥା ଅଞ୍ଚଳର ଜଣେ ଭଦ୍ର, ଶାନ୍ତ ଶିଷ୍ଟ, ସମାଜ ସେବୀ ମୁଲଚନ୍ଦ୍ ଅଗ୍ରୱାଲ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ଏବଂ ସୁଶାସନରେ ପ୍ରଭାବିତ ହୋଇ ଏହି ବୈଠକରେ ବିଜୁ ଜନତା ଦଳରେ ଯୋଗ ଦେଇ ଥିଲେ । ଏହି ପ୍ରସ୍ତୁତି ବୈଠକରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳର ସମସ୍ତ ୱାର୍ଡର କର୍ମୀ ତଥା ବିଜୁ ଜନତା ଦଳ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.