ପାଟଣାଗଡ଼, (ଗୋରେଖନାଥ ବରିହା) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ସର୍ବୋଦୟ ଓ ଭୂଦାନ ନେତା, ସମାଜସେବୀ, ସାହିତ୍ୟିକ, କବି, ନାଟ୍ୟକାର, ଅଭିନେତା କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ କବିଶ୍ରୀ କଲ୍ଚର୍ ଭଇଁଷା ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସଂଚାର କଳାକାର ବେଦଜ୍ଞ ଆଚାର୍ଯ୍ୟ କ୍ଷମାନିଧି ସାହୁ ସଭାପତିତ୍ୱ କରିଥିଲେ ଓ ଗୁରୁ ଆଲୋକ ଦାସ ସଭା ପରିଚାଳନା କରିଥିଲେ । ସର୍ବ ପ୍ରଥମେ କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ବ୍ୟକ୍ତିତ୍ୱ ଓ ସମାଜସେବାରେ ତାଙ୍କର ବିଶେଷ ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା ଏବଂ କବିଶ୍ରୀ ଦାସଙ୍କ ପୂଣ୍ୟ ଜନ୍ମ ଶତବାର୍ଷିକୀ ଆସନ୍ତା ଡିସେମ୍ବର ତା.୧୮,୧୯ ଓ ୨୦ ତିନିଦିନ ଧରି ମହାସମାରୋହରେ ପାଳନ କରାଯିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହାର ଉପଦେଷ୍ଟା ଭାବରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗୁରୁ ଡ.ଘାସିରାମ ମିଶ୍ର, ସମାଜସେବୀ ଶ୍ରୀକର ମିଶ୍ର, ବୈଜ୍ଞାନିକ ପଦ୍ମନାଭ ପଧାନ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରୀଆ, ଡ.ବିକାଶ ଦାସ, ଶିବ ଶଙ୍କର ପାଣିଆ, ରବିଶଙ୍କରପାଣ୍ତିଆ, ଅଧ୍ୟାପକ ମୋହନ ସାହୁ, ଶିଳ୍ପୀ ଅନ୍ତର୍ଯ୍ୟାମୀ ମେହେର ଏବଂ ଅଭ୍ୟର୍ଥନା କମିଟିରେ ବିଶିଷ୍ଟ କ୍ରୀଡା ସଂଗଠକ ହରି ନାରାୟଣ ପୂଜାରୀ, ପ୍ରଭାକର ମିଶ୍ର, ଭକ୍ତବନ୍ଧୁ ନାଏକ, ସମାଜସେବୀ ମନୋଜ ଜେନା, ଆଶିଶ କୁମାର ଚନ୍ଦନ, ଅବନୀକାନ୍ତ ଯୋଶୀ, ବିଜୟ କୁମାର ଶତପଥି, ଓଁକାର ନାୟକ, ଟଙ୍କଧର ଭୋଇ, ଆଗ୍ରହ ପ୍ରକାଶ ଦାସଙ୍କ ନାମ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ସେହିପରି ସଭାପତି ଭାବରେ ବିଶିଷ୍ଟ ସମାଜସେବୀ ଆଇନଜୀବୀ ଜୟରାମ ମିଶ୍ର, ଉପସଭାପତି ବିଜୟ କୁମାର ପୁରୋହିତ ଏବଂ ଲକ୍ଷ୍ମୀକାନ୍ତ ମିଶ୍ର, ସଂପାଦକ ଗୁରୁ ଆଲୋକ ଦାସ, ଯୁଗ୍ମ ସଂପାଦକ ବିରେନ୍ଦ୍ର କୁମାର ଝାଙ୍କର ଏବଂ ମିନକେତନ ପଧାନଙ୍କ ନାମ ପ୍ରସ୍ତାବ ଗ୍ରହଣ ହେଲା । ଏହି ପ୍ରସ୍ତୁତି ବୈଠକରେ ଅଧ୍ୟାପକ ଅରୁଣ କୁମାର ବୁଡେକ, ବିନାୟକ ହୋତା, ଦୈତାରୀ ଗୁରୁ, ସହଦେବ ଷାଣ୍ଢ, ସୁରେନ୍ଦ୍ର ଦେଓ, ଜନାର୍ଦ୍ଦନ ପଧାନ, ଭରତ ନାଗ, ଭୀଷ୍ମ ସାହୁ, ବିଷ୍ଣ ସାହୁ, ଉମେଶ ଚନ୍ଦ୍ର ମଟାରୀ, ପ୍ରଶାନ୍ତ ସାହୁ, ସୁନାରାମ ପୁଟେଲ, ରକ୍ଷାକାରୀ ସାହୁ, ପ୍ରାଣ ପ୍ରକାଶ ଦାସ, ନେପାଳ ମେହେର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଅଧ୍ୟାପକ ଶିବ ପ୍ରସାଦ ସା କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ ଏବଂ ଏହାର ସ୍ମରଣୀକା ପ୍ରକାଶନ ପାଇଁ ପୂର୍ଣ୍ଣ ସହଯୋଗ କାମନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।