oom

ଦେଓଗାଁ ବ୍ଳକରେ ବଲାଙ୍ଗିର ସାଂସଦଙ୍କ ସମୀକ୍ଷା ବୈଠକ : ବୈଠକକୁ ଦଳୀୟ କର୍ମୀଙ୍କୁ ହଁ, ସାମ୍ବାଦିକଙ୍କୁ ନାଁ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ ଗତକାଲି ୨ଟା ସମୟରେ ଦେଓଗାଁ ବିଡ଼ିଓଙ୍କ କୋଠରୀରେ ବ୍ଲକର ଉନ୍ନୟନମୂଳକ କାମର ସମୀକ୍ଷା କରିଥିବା ଜଣାପଡ଼ିଛି । ସମୀକ୍ଷା ବୈଠକ ସମ୍ପୂର୍ଣ୍ଣ ଭାବେ ସରକାରୀ କାର୍ଯ୍ୟକ୍ରମ ଥିବା ବେଳେ ବୈଠକ ଭିତରେ ଦଳୀୟ କର୍ମୀଙ୍କୁ ନେଇ ସମୀକ୍ଷା କରିଥିଲେ । ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ସମୀକ୍ଷା ବୈଠକରୁ ଚାଲି ଯିବାକୁ କହିଥିବାରୁ ‘ସମୀକ୍ଷା ବୈଠକ ନାଁ ଦଳୀୟ କର୍ମୀ ସମ୍ମୀଳନୀ’ ବୋଲି ଆଲୋଚନା ହେଉଛି । ଏହି ସମୀକ୍ଷା ବୈଠକରେ ବିଡିଓ ମୂରଳିଧର ନାୟକ, ବ୍ଲକ ଅଧ୍ୟକ୍ଷା ରୀନା ମେହେର, ସାଂସଦ ପ୍ରତିନିଧି ଅମିତ ସିଂନିନା, ବିଜେଡ଼ି ନେତା ତଥା ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବିଜେପି ଦଳର ବନ୍ଧପଡ଼ା ମଣ୍ଡଳର ସଭାପତି ବାସୁଦେବ ସିଂନିନା, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଭୋଲାନାଥ ସାହୁଙ୍କ ସହ ଦଳୀୟ କର୍ମୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.