om academy

ମିର୍ଦ୍ଧା ସଂପ୍ରଦାୟର ବାର୍ଷିକ ବୈଠକ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଆଞ୍ଚଳିକ ମିର୍ଦ୍ଧା ସଂପ୍ରଦାୟ ପକ୍ଷରୁ ଦେଓଗାଁ ବ୍ଲକ ବଗଡ଼ା ଅଞ୍ଚଳର ସଭାପତି ବିବତ୍ସ ମିର୍ଦ୍ଧାଙ୍କ ଆହ୍ୱାନ କ୍ରମେ ଗୁଡଭେଲା ବ୍ଲକ ଶାସନପାଲି ତେଲନଦୀ ଖଣ୍ଡିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ବିଶିକେସନ ମିର୍ଦ୍ଧା ସମାଜର ବାର୍ଷିକ ଆୟ ଓ ବ୍ୟୟର ବିବରଣୀ ପାଠ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ତଥା ଉପସଭାପତି ମୁରଲୀଧର ମିର୍ଦ୍ଧା ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ବିକାଶ ଓ ସାମାଜିକ ଏକତା ବିଷୟରେ ଉଦ୍‌ବୋଧନ ଦେଇଥିଲେ । ମିର୍ଦ୍ଧା ସମାଜର ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିବା ନିହାତି ଜରୁରୀ ବୋଲି ସଭାରେ ଉପସ୍ଥିତ ସଭ୍ୟମାନେ ମତପ୍ରକାଶ କରିଥିଲେ । ସମାଜର କଥିତ କୁଣହାର ଭାଷାର ପ୍ରଚଳନ ପାଇଁ ଆଲୋଚନା ହୋଇଥିଲା । ସଭାରେ ଅକୃର ମିର୍ଦ୍ଧା, କୀର୍ତ୍ତି ମିର୍ଦ୍ଧା, ରବୀନ୍ଦ୍ର ମିର୍ଦ୍ଧା, ଗୋବିନ୍ଦ ମିର୍ଦ୍ଧା, ଅନନ୍ତ ବାଗ, ଗଗନ ମିର୍ଦ୍ଧା, ଶିବ ମିର୍ଦ୍ଧା ସହ ସମାଜର ବହୁ ସଭ୍ୟ ଉପସ୍ଥିତ ଥିଲେ । ଘଟୁଆଳ ଶ୍ରୀଧର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.