ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଏବେ ଗାଁ ରାଜନୀତି । ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ କିଏ ହେବ ସରପଞ୍ଚ, କିଏ ହେବ ଅଧ୍ୟକ୍ଷ ସେହି ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି । ଗାଁ ସମୀକ୍ଷକମାନେ ନିଜ ସମୀକ୍ଷା ଲୋକଙ୍କ ସାମ୍ନାରେ ରଖୁଥିବା ବେଳେ ଆଶାୟୀ ପ୍ରାର୍ଥି ମଇଦାନ ପ୍ରସ୍ତୁତ କରିବାରେ ବ୍ୟସ୍ତ ହେଲେଣି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ କସରତ । ତେବେ ଭାରତୀୟ ଜନତା ପାର୍ଟି ଏବେ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରୁ ନିଜ ସଙ୍ଗଠନ ମଜଭୁତ କରିବାର ପ୍ରୟାସ ଆରମ୍ଭ କରିଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁନ୍ତଲା ବ୍ଳକ ଟିକ୍ରାପଡ଼ାଠାରେ ବିଜେପି ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ପଞ୍ଚାୟତସ୍ତରୀୟ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣା, ଲବେନ୍ଦ୍ର ବେହେରା, ବାସୁଦେବ ଚୌହାନ, କରୁଣା ସିନ୍ଧୁ ପସାୟତ ପ୍ରମୁଖ ମଞ୍ଚ।ସୀନ ଥିଲେ । ଆଗାମୀ ଦିନରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିଭଳି ଭାବେ ବିଜେପିର ବିଜୟ ବାନା ଉଡିବ ସେନେଇ କର୍ଣ୍ଣମନ୍ତ୍ର ଫୁଙ୍କି ଥିଲେ ବିଜେପି ନେତା ଶ୍ରୀ ଠାକୁର । ବିଜେଡି ଓ କଂଗ୍ରେସ ଦଳକୁ ଛାଡି ଶତାଧିକ ଲୋକ ବିଜେପିରେ ସାମିଲ ହୋଇଥିଲେ । ଅନ୍ୟାମାନଙ୍କ ମଧ୍ୟରେ ଜଗନ୍ନାଥ ବୁଡେକ, ପରମାନନ୍ଦ ମେହେର, ଯଦୁ କରନ, ଅନୀ ଭୁଏ, ଶିବ ନାଗ ସମେତ ଶତାଧିକ ବିଜେପି କର୍ମୀମାନେ ଉପସ୍ଥିତ ଥିବା ବେଳେ ଶେଷରେ ଦୁଃଖୀଶ୍ୟାମ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
Next Post