ବିଜେପି ଅନୁସୂଚିତ ଜାତିର କାର୍ଯ୍ୟକାରିଣୀ ବୈଠକ : ଯୋଗ ଦେଲେ କଲହାଣ୍ଡି ସାଂସଦ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜୀ ମଣ୍ଡପଠାରେ ଆଜି ଭାଜପାର ଅନୁସୂଚୀତ ଜାତି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ରୂପେ ଡ଼ଃ. ବିଭୁ ପ୍ରଶାଦ ତରାଇ ଯୋଗ ଦେଇ ଦଳୀୟ ସଂଗଠନ ମଜଭୁତ ସହ ତୃଣମୂଳ ସ୍ତରରେ କର୍ମୀ ଏବଂ ସଂଗଠନ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି । ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଅନୁସୂଚୀତ ମୋର୍ଚା ରାଜ୍ୟ ଉପସଭାପତି ବିଶି ଦିଗାଲ, ରାଘବ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦନ ସ୍ଵରାଜ, ଜିଲ୍ଲା ଅନୁସୂଚିତ ମୋର୍ଚା ସଭାପତି କେଦାର ଜଗତ, ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ, ଭାଜପା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋମ ସିଂ ମାଝୀ, ପ୍ରଶନ୍ନ ପାଢ଼ୀ, ମାନିଜର ଆର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.