ନୂଆପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଖଡ଼ିଆଳ ସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ସମର୍ଥତ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ରଣକୌଶଳ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ର କଂଗ୍ରେସ ସଭାପତି ଅମିତାବ ପଟେଲ ସଭାକୁ ପରିଚାଳନା କରିଥିବା ବେଳେ ମଞ୍ଚରେ ଉପସ୍ଥିତ ନୂଆପଡା ଜିଲ୍ଲା ଛାତ୍ର କଂଗ୍ରେସ ପ୍ରଭାରୀ ହାର୍ଦିକ ମହାପାତ୍ର, ଖଡ଼ିଆଳ ବ୍ଲକ ସଭାପତି ଶ୍ୟାମ ସୁନ୍ଦର କୂଳଦୀପ, ବିଧାନସଭା ଯୁବ କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ତାଣ୍ଡି, ବରିଷ୍ଠ କଂଗ୍ରେସ ନେତା ହୀରାଧର ମେହେର, ଯୁବ କଂଗ୍ରେସ ମୁଖପାତ୍ର ବିଭୁଦତ୍ତ ଯୋଶୀ ପ୍ରମୁଖ ମଂଚାସୀନ ଥିଲେ, ଏହି ସଭାରେ ମହମ୍ମଦ ଅଫଟାବ, ରାହୁଲ ଯାଦବ, ତୀର୍ଥ ହଂସ, ବଡ, ସାନ, ଦ୍ୟୁତି, ବିଭୁ, ଅନିଲ, ଆକାଶ, ତାପସ, ପ୍ରବୀଣ ଓ ଅନେକ ଛାତ୍ରମାନେ ଉପସ୍ଥିତ ଥିଲେ । ଦଳର ସଂଗଠନ କାର୍ଯ୍ୟରେ ଛାତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ।

Leave A Reply

Your email address will not be published.