ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ନୃସିଂହନାଥ ସ୍ଥିତ ଆଇଓସିଏଲ୍ ଅତିଥି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀଙ୍କ ଆବାହକତ୍ୱରେ ତଥା ଜିଲ୍ଲା ଉପସଭାପତି ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ରାଜ ବୋଡାସମ୍ବର ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, ବରିଷ୍ଠ ନେତା ହାଡୁ ସାହୁ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ପୁରୁଷୋତ୍ତମ ନାଏକଙ୍କ ସମେତ ସମସ୍ତ ମଣ୍ତଳ ସଭାପତି ମଞ୍ଚାସୀନ ରହିଥିଲେ । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଫଳ ରଣନୀତି ପ୍ରସ୍ତୁତ କରିଥିଲେ । ବୈଠକରେ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ସଂରକ୍ଷଣ ସ୍ଥିତିକୁ ସମାଲୋଚନା କରାଯିବା ସହ ଏହା ସରକାରୀ ଦଳ ଦ୍ବାରା ତିଆରି କରାଯାଇଥିବା ଚିଠା ବୋଲି ମତପ୍ରକାଶ ପାଇଥିଲା । ତଥାପି ଭାରତୀୟ ଜନତା ପାର୍ଟି ପୂର୍ବତନ ବିଧାୟକଙ୍କ ଭାବମୂର୍ତ୍ତି ଏବଂ ତୃଣମୂଳ ସ୍ତରରେ ଥିବା ସଂଗଠନର ଶକ୍ତିକୁ ନେଇ ନିର୍ବାଚନ ଲଢିବ ଏବଂ ସାଧାରଣ ଜନତାଙ୍କ ବିଶ୍ବାସ ଭାଜନ ହୋଇ ନିର୍ବାଚନ ଜିତିବା ନେଇ ବିଶ୍ବାସ ପ୍ରକଟ କରାଯାଇଥିଲା । ଆଗାମୀ ନଭେମ୍ବର ୮ ତାରିଖରେ ଏକ ଯୁବ ସମାବେଶ କରାଯିବାକୁ ନିଷ୍ପତ୍ତି ନେବା ସହ ପାର୍ଟି କୃଷକମାନଙ୍କ ସମସ୍ୟାକୁ ନେଇ ସରକାର ଓ ପ୍ରଶାସନକୁ ଘେରିବ ବୋଲି ନିଷ୍ପତ୍ତି ନେଇଛି । ବୈଠକ ଶେଷରେ ଦଳର ନେତୃବୃନ୍ଦ ପୃଥକ ପୃଥକ ଭାବେ ମଣ୍ତଳ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ପଞ୍ଚାୟତର ସାଙ୍ଗଠାନିକ ସ୍ଥିତି ଉପରେ ବିଚାର ବିମର୍ଶ କରିଥିଲେ । ବୈଠକରେ ନିର୍ବାଚନ ମଣ୍ଡଳୀର ୫୮ଟି ପଞ୍ଚାୟତରୁ ଶତାଧିକ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦାନ ଦେଇଥିବା ବେଳେ ଡା.ଲମ୍ବୋଦର ପଣ୍ତା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post