ଆଦର୍ଶ ପାଠାଗାରର କାର୍ଯ୍ୟକାରିଣୀ ସମିତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପରସରରେ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଉପଦେଷ୍ଟା ବିଷ୍ଣୁ ମହାନ୍ତି, ଗୋପୀନାଥ ପଟ୍ଟନାୟକ, ରାଧାକାନ୍ତ ମିଶ୍ର, ବାଉରୀବଂଧୁ ସାହୁ, ଜ୍ଞାନେନ୍ଦ୍ର କୁମାର ଦାଶ, ଜ୍ୟୋତି ରଂଜନ ମହାପାତ୍ର, ଅଶୋକ କୁମାର ବଳ, କୁଞ୍ଜବିହାରୀ ରାଉତ, ମନୋଜ କୁମାର ପଣ୍ଡା, ଡାକ୍ତର ବସନ୍ତ କୁମାର ଦାସ, ଶରତ କୁମାର ରାଉତ, ଭାସ୍କର ପୁହାଣ, ବିଭୁତି ଭୂଷଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠାନରେ ଥିବା ସମସ୍ୟା ତଥା କରୋନା କାଳରେ ଧିମେଇ ଯାଇଥିବା କାର୍ଯ୍ୟକ୍ରମଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଶେଷରେ ସାଧାରଣ ସଂପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.