ହୀରାପୁରରେ ଓବିସି ମଞ୍ଚର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ହୀରାପୁର ଠାରେ ଡୋଳାମଣି ମାହାରଙ୍କ ସଭାପତିତ୍ଵରେ ଓବିସି ମଞ୍ଚର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଗଲା । ପ୍ରକାଶ ଥାଉକି ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଆଜି ଥିଲା ଜନ୍ମ ଜୟନ୍ତୀ । ଏହା ପରେ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗୁଡ଼ିକ ଗ୍ରହଣ କରାଗଲା । ଓବିସି ମାନଙ୍କ ପାଇଁ ସବୁଥିରେ ୨୭% ସଂରକ୍ଷଣ କରାଯାଉ । ଆସନ୍ତା ଜନଗଣନା ସମୟରେ ପଛୁଆ ବର୍ଗ ମାନଙ୍କୁ ଗଣନା କରାଯାଉ, ୟୁଜିସି କାନୁନ୍ ୨୦୨୬ ବିଲକୁ ଲାଗୁ କରାଯାଉ, ଏନେଇ ପ୍ରସ୍ତାବ ଗୃହୀତ ହେଲା । ପ୍ରତି ଗ୍ରାମରେ ଆଗାମୀ ଦିନରେ ଓବିସି ଜନଜାଗରଣ ସଭା କରାଯିବା ପାଇଁ ସ୍ଥିର ହେଲା । ଆଲୋଚନାରେ ରାଜୀନ୍ଦ୍ର କୁମାର ସାହୁ, ଯୁଧିଷ୍ଠିର ସାହୁ, କ୍ଷମାନିଧି ପଟେଲ, ଗୋପିନାଥ ସୁନାରି, ଧବଳେଶ୍ଵର ସାହୁ, ବିଷ୍ଣୁ ଚରଣ ସାହୁ, ରାଜୀବ ସାହୁ, ବନମାଳୀ ବାଗ, ଶଙ୍କର ଭୁଏ, ଲବ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜ କିଶୋର ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.