ଡଙ୍ଗରପଡ଼ା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା କ୍ଲଷ୍ଟରର କ୍ଲଷ୍ଟର ସ୍ତରୀୟ ଷଷ୍ଠ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁଗୁଡ଼ିପାଲିରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଶିକ୍ଷକ ଭାବେ ସିଆର୍‌ସିସି ସତ୍ୟନାରାୟଣ ସେନାପତି ଯୋଗଦେଇ ଡିସେମ୍ବର ମାସର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । କ୍ଲଷ୍ଟରର ୮ଟି ବିଦ୍ୟାଳୟରୁ ୮ଜଣ ପ୍ରଧାନ ଶିକ୍ଷକ ଓ ୭ଜଣ ଏଫ୍‌ଏଲ୍‌ଏନ୍ ଶିକ୍ଷକ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷକ ମାନସ ନାଥ, ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମଲ୍ଲିକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଦର୍ଶ ଶିକ୍ଷାଦାନ କରିଥିଲେ । ଏହି ବୈଠକ ସମୟରେ ସହ ଶିକ୍ଷା ଅଧିକାରୀ ଚୈତନ୍ୟ ଧରୁଆ ପରିଦର୍ଶନରେ ପହଞ୍ଚି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ । ଶେଷରେ ଶିକ୍ଷକ ବିଧାନ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.