ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ଚନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ବିଇଓ, ପୁଇଁନ୍ତଲାଙ୍କ ଆଦେଶ ସଂଖ୍ୟା- ୨୭୭୧// ତା.୧୮.୧୨.୨୦୨୫, ଓସେପା, ଓଡିଶାଙ୍କ ପତ୍ର ସଂଖ୍ୟା-୧୩୦୦୧/ତା.୦୪.୧୨.୨୦୨୫ ଏବଂ ଟିଇ ଓ ଏସସିଇଆରଟି, ଓଡିଶାଙ୍କ ପତ୍ର ସଂଖ୍ୟା- ୮୨୦୫/ତା.୨୫.୧୧.୨୦୨୫ ମୁତାବକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲ ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର- ଶଶିୁବାଟିକା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ, ବହୁ ଶ୍ରେଣୀ ପରିଚାଳନା – ଭାଷା ଓ ସଂଖ୍ୟାଜ୍ଞାନ- ପାଠଟୀକା ଓ ଶିକ୍ଷକଙ୍କ ଗତିବିଧି ଯୋଜନା ପ୍ରସ୍ତୁତି ଓ ଉପସ୍ଥାପନା, ବିଦ୍ୟାଳୟ ପରିଚାଳନା ଓ ଆଲୋଚନା, ଜିଲ୍ଲା-ଭିତ୍ତିକ ଶୈକ୍ଷିକ ଆଲୋଚନା, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ବୈଠକରେ ସ୍ଥାନୀୟ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଏଫ୍‌ଏଲ୍‌ଏନ୍ ଶିକ୍ଷକ-ଶିକ୍ଷୟତ୍ରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ, ବଲାଙ୍ଗିରର ପ୍ରଥମ ବର୍ଷ ଗୁରୁ ଛାତ୍ର- ଛାତ୍ରୀ ଅମିତ କୁମ୍ଭାର, ବାସୁଦେବ ଭୁକ୍ଟା, ଲକ୍ଷ୍ମୀ ପାଣ୍ଡେ, ଏଲଏଲଏଫ ଆରଟିଏସ ଲୋଭେନ୍ଦ୍ର ରାଉତ, ଆଲୋକ ରଞ୍ଜନ ସୁନା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.