କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା କ୍ଲଷ୍ଟରର ତୃତୀୟ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଲାସପୁର ଠାରେ ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ହରପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଶିକ୍ଷକ ଭାବେ ସିଆର୍‌ସିସି ସତ୍ୟନାରାୟଣ ସେନାପତି ଯୋଗଦେଇ ସେପ୍ଟେମ୍ବର ମାସର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଏହି କ୍ଲଷ୍ଟରର ୮ଟି ବିଦ୍ୟାଳୟରୁ ୭ଜଣ ପ୍ରଧାନ ଶିକ୍ଷକ ଓ ୭ ଜଣ ଏଫ୍‌ଏଲ୍‌ଏନ୍ ଶିକ୍ଷକ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷୟତ୍ରୀ ବିଶ୍ଵଲିତା ପ୍ରିୟଦର୍ଶିନୀ ଓ ଶିକ୍ଷୟିତ୍ରୀ ଊର୍ମିଳା କୁଜୁର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଦର୍ଶ ଶିକ୍ଷାଦାନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.