oom

ସିନାପାଲିକୁ ରେଲ୍ ଲାଇନ୍ ସଂଯୋଗ ଦାବୀ ନେଇ ନାଗରିକ କମିଟିର ବୈଠକ

jsmm

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମ ଡୋଙ୍ଗରିପଡା ଠାରେ ନବନିର୍ମିତ ହୋଇଥିବା ଗୋଷ୍ଠୀ ଗୃହ ଉଦ୍‌ଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ୱୋଧର ନିଆଲ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସିନାପାଲି ସରପଞ୍ଚ ସୀତାରାମ ମେହେର, ମନ୍ଦାକିନୀ ବଘେଲ୍, ଦୈତାରୀ ମେହେର, କେଶବ ତାଣ୍ତି, ଜୌତିପ୍ରିୟା ଜଗତ ମଞ୍ଚାସୀନ ଥିଲେ । ଏହି ଉଦ୍‌ଘାଟନୀ ସଭାଟିକୁ ମୋହନଚରଣ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ଗୋଷ୍ଠୀ ଗୃହର ସଂକ୍ଷିପ୍ତ ବିବରଣୀ ପ୍ରକାଶ ଚନ୍ଦ୍ର ପାତ୍ର କରିଥିଲେ । ଶ୍ରୀ ନିଆଲ ଉକ୍ତ ଗୋଷ୍ଠୀ ଗୃହର ବିଦ୍ୟୁତ୍‌କରଣ, ପାନୀୟ ଜଳ ତଥା ଆବଶ୍ୟକ ଅନ୍ୟାନ୍ୟ ଜିନିଷ ପତ୍ରର ସୁବ୍ୟବସ୍ଥା କରିବାକୁ ବକ୍ତବ୍ୟ ପ୍ରକାଶ କରିଥିବା ବେଳେ ଡଙ୍ଗରିପଡାର ଅନେକ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ରଂଜନ ଦାସ, ନବିନ ନିଆଲ, ଲଲିତ ମାଝି, ଗୁପ୍ତେ ମାଝି, ଡୋଲାମଣି ନିଆଲ, ଲୋଚନ ଲୋହାର, ଧ୍ୱଜ ମାଝି, କୁନ୍ତଲା ମହାନନ୍ଦ, ମା’ ତୁଲସୀ ଏସ୍ଏଚ୍‌ଜି ଗୃପ କାପସିର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମା’ ଠାକୁରାଣୀ ଆଜାଦ କ୍ଲବ୍ ସଭାପତି ବିହାରୀ ଲାଲ ମଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.