oom

ଟିଟିଲାଗଡ଼ ମହାଶିବରାତ୍ରି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ର ମହାଶିବରାତ୍ରି ମେଳା ଆୟୋଜନ ପାଇଁ କମିଟି ସଭାପତି ତଥା ଉପଜିଲ୍ଲାପାଳ ରେହାନ ଖତ୍ରିଙ୍କ ସଭାପତିତ୍ୱରେ ସ୍ଥାନୀୟ ବାଳକ ହାଇସ୍କୁଲ ସମ୍ମିଳନୀ କକ୍ଷରେ ମହାଶିବରାତ୍ରି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ଟ୍ରଷ୍ଟର ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, ଭବାନୀ ହୋତା ମଞ୍ଚାସୀନ ଥିଲେ । ପ୍ରଥମେ ଟ୍ରଷ୍ଟ ସଦସ୍ୟ ଭବାନୀ ହୋତା ସ୍ୱାଗତ ଅଭିଭାଷଣ ଦେବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ଟ୍ରଷ୍ଟି ସଞ୍ଜୀବ ପାଢ଼ୀ ପୂର୍ବ ବର୍ଷର ଆୟବ୍ୟୟ ଅଟକଳ ଉପସ୍ଥାପନ କରିବା ସହ ଚଳିତ ବର୍ଷ କିପରି ସୁଚାରୁ ରୂପେ ମହାଶିବରାତ୍ରି ମେଳା ଆୟୋଜନ କରାଯିବ ସେନେଇ ଉପସ୍ଥିତ ସଦସ୍ୟଙ୍କ ମତାମତ ଲୋଡିଥିଲେ । ଏହି ଅବସରରେ ଆଇନଜୀବୀ ଆଲୋକ ନାୟକ ମେଳା ପରିସର ପାର୍ଶ୍ଵରେ ମଦ ଓ ଆମିଷ ଖାଦ୍ୟ ଚୋରାରେ ବିକ୍ରି କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ବିକ୍ରି ଯେପରି ସମ୍ପୂର୍ଣ୍ଣ ନିଷେଧ କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ୍ ମେଳା ବୁଲିବାକୁ ରାତି ୧୨ଟା ଜାଗାରେ ରାତି ଦୁଇଟା ଯାଏଁ ସମୟ ବଢ଼ାଇବା ଓ ଆମ୍ବୁଲାନ୍ସ ଯିବା ଆସିବା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ କିପରି ଭଲ ଭାବେ ମହା ଶିବରାତ୍ରି ମେଳା ଆୟୋଜନ କରିବା ସେ ଦିଗରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିବା ସହ ଯାକଯମକ ସହ ମେଳା ସଂପନ୍ନ କରିବା ସେ ଦିଗରେ ଆଗେଇ ଆସିବାକୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମ୍ବୁପାଣି ପାଢ଼ୀ, ଡମ୍ବରୁଧର କର୍ମୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ନିଜ ନିଜର ମତାମତ ଦେଇଥିଲେ । ସବୁଠୁ ସୁନ୍ଦର ପ୍ରସ୍ତାବ ଏବଂ କିଛି ନୂତନ କରିବାକୁ ବିଧାୟକ ନବୀନ ଜୈନ ଆହ୍ୱାନ ଦେବା ସହ କରିବାକୁ କହିଥିଲେ । ମେଳା ସ୍ଥାନକୁ ବଢ଼ାଇବା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାହାରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଗାଇବା, ଅତ୍ୟଧିକ ସିସିଟିଭି ଲଗାଇବା, ସାଂସ୍କୃତିକ କାର୍ଯ୍ୟକ୍ରମ କରିବା, ମେଳା ହେଉଥିବା ରାସ୍ତାକୁ ଚଉଡ଼ା କରି ଦ୍ୱିପହରରେ ପାଣି ସିଞ୍ଚନ କରିବା, ସହର ନିକଟ କୀର୍ତ୍ତନ ମଣ୍ଡଳୀଙ୍କୁ ଡ଼କାଯିବା, ମେଳାରେ ଦୋକାନ ଭଡ଼ା କମାଇବା ସହ ବାହାରୁ ଆସୁଥିବା ଦୋକାନୀ କିପରି ଆସି ବ୍ୟାପାର କରି ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବିକ୍ରି କରିପାରିବେ ସେନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ଥାନାଧିକାରୀ ବିଶ୍ୱଜିତ ମନବୋଧ, ଓକିଲ ସଂଘ ସଭାପତି ସଞ୍ଜୟ ବେହେରା, ବିଦ୍ୟୁତ ବିଭାଗର ଏସ୍‌ଡିଓ, ଅବକାରୀ ବିଭାଗର ଅଧିକାରୀ, ପିଏଚ୍‌ଡି ବିଭାଗର ଅଧିକାରୀ, ଅତିରିକ୍ତ ତହସିଲଦାର ଶ୍ରୀମତୀ ହାଁସଦା, କାଉନସିଲର ସୁନିଲ ଆଚାର୍ଯ୍ୟ, ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାସ, ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଣବ ପୁରୋହିତଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.