ସମ୍ବଲପୁର ଏକ୍ସକ୍ୟାଡ଼ର ସଂଘର ସାଂଗଠନିକ ବୈଠକ

ସମ୍ବଲପୁର, (ମମତା ମହାକୁର) : ସମ୍ବଲପୁର ଜିଲ୍ଲା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ଏକ ସାଂଗଠନିକ ବୈଠକ ଜିଲା ସଭାପତି ରାଜେନ୍ଦ୍ର ପୃସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ସଂପାଦକ ଜ୍ଞାନ ରଂଜନ ପ୍ରଧାନ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ପ୍ରଧାନ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ରାଜ୍ୟ ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ, ସ୍ୱତନ୍ତ୍ର ଅତିଥି ଭାବେ କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ମିଶ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି ରାଜୀବ ଲୋଚନ ପ୍ରଧାନ, ରଂଜୁ ଅମାତ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଯୁଗ୍ମ ସଂପାଦକ ମନୋଜ ଦୋରା ଓ ସାଂଗଠନିକ ସଂପାଦକ ଅନ୍ତର୍ଯ୍ୟାମୀ ଦୋରା, ଜିଲ୍ଲା ଉପସଭାପତି ରାଜକିଶୋର ବାରିକ, ନରେଶ ଚନ୍ଦ୍ର କର୍ମୀ ପ୍ରମୁଖ ମଞ୍ଚସିନ ଥିଲେ । ସମ୍ବଲପୁର ଜିଲ୍ଲାରେ ନିଯୁକ୍ତି ପାଇଥିବା ଦିନଠାରୁ ଡିଏ, ଏନକ୍ରିମେଣ୍ଟର ବକେୟା ପାଇ ନଥିବା ବେଳେ ଅନେକ ଗଣଶିକ୍ଷକ ନିୟମିତରୁ ବଂଚିତ ଅଛନ୍ତି । ଏସବୁର ସମସ୍ୟା ଉପରେ ରାଜ୍ୟ ମହାସଂଘ ନେତୃମଣ୍ଡଳୀଙ୍କ ଠାରେ ଉପସ୍ଥାପନ କରିଥିଲେ । ବକେୟା ଡିଏ, ଏନକ୍ରିମେଣ୍ଟ ଯଦି ୩୦ ତାରିଖ ମଧ୍ୟରେ ଡିପିସି କାର୍ଯ୍ୟାଳୟରୁ ପ୍ରଦାନ କରା ନଗଲେ ଆଗାମୀ ଦିନରେ ସମ୍ବଲପୁର ଜିଲାପାଳ ଓ ଡିପିସିଙ୍କ କାର୍ଯ୍ୟାଳୟ ଘେରାଉ ସହ ଅନଶନ କରିବାକୁ ଜିଲା ସଂଘରେ ନିଷ୍ପତ୍ତି ନିଆଯାଇଛି । ଏ ନିଷ୍ପତ୍ତିକୁ ରାଜ୍ୟ ମହାସଂଘ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ରାଜ୍ୟ ମହାସଂଘ କର୍ମକର୍ତ୍ତା ଘୋଷଣା କରିଥିଲେ । ଆଗାମୀ ସମୟରେ ରାଜ୍ୟ ମହାସଂଘ ଓ ଜିଲା ସଂଘ ସୁଦୃଢ଼ କରାଯିବ ବୋଲି ସମ୍ବଲପୁର ଜିଲ୍ଲାର ସମସ୍ତ ବ୍ଲକର ସଭାପତି ଓ ସଂପାଦକ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ପ୍ରଧାନ, ଟିକେଶ୍ୱର ସାହୁ, ଚନ୍ଦ୍ରମଣି ପ୍ରଧାନ, ସୁରେଶ ଚନ୍ଦ୍ର ସାହୁ, ପ୍ରଦୀପ ପଟେଲ, ଇନ୍ଦ୍ରମଣୀ ପ୍ରଧାନ, ସୁକାନ୍ତ ପ୍ରଧାନ, ଗୋଲକ ବିହାରୀ ପ୍ରଧାନ, ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ଶତାଧିକ ଶିକ୍ଷକ ଯୋଗଦେଇ ମହାସଙ୍ଘକୁ ମଜବୁତ କରିବା ସହ ସବୁ ସମସ୍ୟାକୁ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ମହାସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ କହିଥିଲେ ।

Leave A Reply

Your email address will not be published.