ଉପଖଣ୍ଡସ୍ତରୀୟ ଯୁବ ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ଉପଖଣ୍ଡସ୍ତରୀୟ ଯୁବ ସାମ୍ବାଦିକ ସଂଘ ପାଟଣାଗଡର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ଆଦିବାସୀ ଭବନ ଠାରେ ସଭାପତି କରୁଣାକର ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୂତନ ସଦସ୍ୟ ସାମିଲ କରିବା, ସଂଘର ନୂତନ କାର୍ଯ୍ୟକାରୀ କମିଟିିରେ ଅଦଳବଦଳ କରିବା ସହ ପ୍ରତି ୩ ମାସର ପ୍ରଥମ ସପ୍ତାହରେ ସଂଘର ବୈଠକ କରିବାକୁ ନେଇ ସଂଘର ସମ୍ପାଦକ ବିମଳ କୁମାର ବାଗ ସଭାରେ ଉପସ୍ଥିତ ଥିବା ସଦସ୍ୟଙ୍କ ସମ୍ମୁଖରେ ପ୍ରସ୍ତାବ ଆଣିଥିଲେ । ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ପାଟଣାଗଡ, ବେଳପଡା ଓ ଖପ୍ରାଖୋଲ ଅଂଚଳର ସମସ୍ତ ସଦସ୍ୟ ଉପସ୍ଥିତ ନଥିବାରୁ ଆସନ୍ତା ରବିବାର ୨୯ ତାରିଖ ଦିନ ବନଦୂର୍ଗା ସେଣ୍ଟ୍ରାଲ୍‌ ନର୍ସରୀ ଅଫିସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପଖଣ୍ଡସ୍ତରୀୟ ଯୁବ ସାମ୍ବାଦିକ ବୈଠକରେ ସଂଘର ସମ୍ପାଦକ ଶ୍ରୀ ବାଗ ଦେଇଥିବା ପ୍ରସ୍ତାବ ଓ ସଂଘର ଅନ୍ୟାନ୍ୟ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରାଯିବା ସହ ଖବର ସଂଗ୍ରହ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ସଭାପତି ଶ୍ରୀ ବୁଡେକ କହିଥିଲେ । ଏହି ବୈଠକରେ
ଉପଦେଷ୍ଟା କମିଟିର ବରିଷ୍ଠ ସାମ୍ବାଦିକ ଦିଲୀପ ଭୋଇ, ଉପସଭାପତି ଗୋରେଖନାଥ ବରିହା, ଉପଦେଷ୍ଟା ଜଗଦୀଶ ଭୋଇ, ନଟବର ମହାନନ୍ଦ, ଦୂର୍ଯ୍ୟୋଧନ ବର୍ଗେ, ନରୋତ୍ତମ ପଣ୍ଡା, ଚନ୍ଦ୍ରଶେଖର ବରିହା, ଶେଷଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ ମୁଖ୍ୟ ଉପଦେଷ୍ଟା ଦିଲିପ କୁମାର ଭୋଇ ପରିଚାଳନା କରିଥିବା ବେଳେ ଗୋରେଖନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.