oom

କେଉଁଟ, କୈବର୍ତ୍ତ ଓ ଧୀବର ହଟାଓ ଏକ୍ସନ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ : ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ବିରୋଧରେ ଥାନାରେ ଦେଲେ ଏତଲା

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ, ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ଆବାହକ ଡିଙ୍ଗର କୁମ୍ଭାରଙ୍କ ସଭାପତିତ୍ୱରେ ଟିଟିଲାଗଡ଼ ଶାଖାର ଉପେନ୍ଦ୍ର ତାଣ୍ଡି, ପଙ୍କଜ ବାଗ, ବିଜୟ ମେହେର, ବିନୋଦ ଭରାସାଗରଙ୍କ ଆୟୋଜକତାରେ ପ୍ରଥମେ ପୌରପରିଷଦ କଲ୍ୟାଣ ମଣ୍ଡପଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତୃ ବୃନ୍ଦ ନିଜର ସମାଜ ତଥା ନିଜର ଅନୁସୁଚିତ ଜାତିର ନାଁରେ ଲୋକ ଜାଲିୟାତି କରି ଆମର ହକ୍‌ ଛଡାଇ ନେଇଥିବା ଅଭିଯୋଗ କରିଥିଲେ । ଏହାର ତୀବ୍ର ବିରୋଧ କରି ଜାଲିୟାତି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ରାଜ୍ୟ ଆବାହକ ଶ୍ରୀ କୁମ୍ଭାର କହିଥିଲେ । ସଭା ସରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜୟ ଭୀମ ଜୟ ଭୀମର ନାରା ଦେଇ ଟିଟିଲାଗଡ଼ ଥାନାରେ ପହଞ୍ଚିଥିଲେ । ସେଠାରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ବିରୋଧରେ ଏକ ସାମୁହିକ ଏତଲା ଥାନାଧିକାରୀ ଅବନି ସାହୁଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଅଲେଖ ତାଣ୍ଡି, ରୋହିତ ତାଣ୍ଡି, ଗିରିଶ ମହାନନ୍ଦ, ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.